ମାଲକାନଗିରି,୩୧/୦୧(ପିପିଟି): ମାଲକାନଗିରି ଜିଲ୍ଲା କାଲିମେଳା ସଦର ମହକୁମା ସ୍ଥିତ ଶିଶୁ ମନ୍ଦିର ବିଦ୍ୟାଳୟ ପଛପଟେ ଭଡାଘରେ ରହୁଥିବା କାଲିମେଳା କେସିସି ବ୍ୟଙ୍କର ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା ଦେଖିବାକୁ ମିଳିଛି । ମ୍ୟାନେଜରଙ୍କ ଭଡାଘରୁ ପ୍ରାୟ ୨୫ରୁ ୩୦ ଖଣ୍ଡ ମୂଲ୍ୟବାନ କାଠ ପଟ୍ଟା ଗାଡ଼ି ଯୋଗେ ନେଇଯାଉଥିବା ଦେଖିବାକୁ ମିଳିଛି ।ତେବେ କାଳିମେଳା ବନ ବିଭାଗ ଜାଣତରେ ଏହି ପଟା ଚାଳାଣ ହେଉଥିବା ବେଳେ ବନ ବିଭାଗ ଅଧିକାରୀ ଜାଣି ମଧ୍ୟ ଚୁପ ବସିଛନ୍ତି । ସୂଚନା ଅନୁଯାଇ କାଳିମେଳା କେସିସି ବ୍ୟାଙ୍କ ମେନେଜର ଭାବେ କାର୍ଯ୍ୟକରୁଥିବା ଦଶରଥ ବେହେରାଙ୍କର କାଲିମେଳାରୁ ଅନ୍ୟତ୍ର ବଦଳି ହୋଇଯାଇଛି । ତେବେ ଆଜି ଅପରାହ୍ନ ସମୟରେ ଦଶରଥ ବେହେରା ରହୁଥିବା ଭଡାଘର ଛାଡିବା ସମୟରେ ୩୦ରୁ ଉର୍ଦ୍ଧ୍ଵ କାଠପଟା ଓଆର ୧୦ ସି ୯୩୦୯ ମିନି ଟ୍ରକରେ ଭର୍ତ୍ତି କରୁଥିବା ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଯହଞ୍ଚି ଚୋରା କାଠ ପଟା ର ଫୋଟ ଉତ୍ତୋଳନ କରିବା ସହ ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମ୍ୟାନେଜର ଦଶରଥ ବେହେରା ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇନେବାକୁ ଉଦ୍ୟମ କରିବା ସହ ଖବର ପ୍ରସାରଣ ନକରିବାକୁ କହିଥିଲେ । କାଠପଟ୍ଟା ନେବା ପାଇଁ ତାଙ୍କ ପାଖରେ କାଗଜପତ୍ର ଥିବା ସେ କହିଥିଲେ । କିନ୍ତୁ ତାଙ୍କ ପାଖରେ କ’ଣ କାଗଜପତ୍ର ରହିଛି ତାହା ଗଣମାଧ୍ୟମକୁ ଦେଖାଇନଥିଲେ । ସେ ବନ ବିଭାଗକୁ କାଗଜପତ୍ର ଦେଖାଇବେ ବୋଲି କହିଥିଲେ । ଏଥିସହ ତାଙ୍କର ବଡ଼ ବଡ଼ ଲୋକଙ୍କ ସହିତ ସମ୍ପର୍କ ଅଛି । ତାଙ୍କର କେହି କିଛି କରି ପାରିବେ ନାହିଁ ବୋଲି ଦୃଢକ୍ତି କରିଥିଲେ । ଏଥିସହ ପରେ ଖବର ପାଇଁ କାଲିମେଳା ବନପାଳ ସ୍ବୟଂପ୍ରଭା ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ମାନେ ସେଠାରେ ପହଞ୍ଚି କାଠ ପଟ୍ଟା ଗୁଡିକ ଯାଞ୍ଚ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ନଦେଇ ସେଠାରୁ ପଳାଇ ଯାଇଥିଲେ ।ଏପଟେ ମ୍ୟାନେଜର ପଟ୍ଟା ଗୁଡିକ ଗାଡିରୁ କାଢି ପୁନର୍ବାର ଘରେ ରଖିଦେଇଥିବା ଦେଖିବାକୁ ମିଳିଛି । ଜଣେ ବ୍ୟାଙ୍କ୍ ମେନେଜର ହୋଇ ଏଭଳି ବେଆଇନ କାଠ ପଟ୍ଟା ନେଇ ଯାଉଥିବା ବେଳେ ବନ ବିଭାଗ ଅଧିକାରୀ ଜାଣି ଚୁପ ରହିବା ଏଠାରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଏ ନେଇ କାଳିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳାଇଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଦଶରଥ ବେହେରା ପୂରୁଣା ଖଟ ନେବା ପାଇଁ ପରମିସନ ମାଗିଥିଲେ । କିନ୍ତୁ ପରମିସନ କପି ତାଙ୍କ ପାଖରେ ନଥିବା କହିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ କଥାରୁ ଏଡାଇ ଯାଇଥିଲେ ।ଏଠାରେ ବନ ବିଭାଗ ଓ ବ୍ୟାଙ୍କ ମେନେଜରଙ୍କ ମଧ୍ୟରେ କିଛି ଭିତିରି ବୁଝାମଣା ଥାଇ ଏହି ପଟ୍ଟା ବାଲାଣ କରାଯାଉଥିବା ସ୍ପଷ୍ଟ ଜଣାପଡ଼ୁଛି । ଏ ନେଇ ଡିଏଫ ଙ୍କୁ ପଚାରିବାରୁ ପଟ୍ଟା ନେବା ପାଇଁ କୌଣସି ପରମିସନ ଦିଆଯାଏନି ବୋଲି କହିବା ସହ ଏହି ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ସୂଚନା ଅନୁଯାଇ ପଟ୍ଟା ଚାଲାଣ ହେଉଥିବା ୪୦୭ ଗାଡିର ମଧ୍ୟ ଫିଟେନିସ ନଥିବା ଦେଖିବାକୁ ମିଳିଛି । ପ୍ରଶାସନ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପଟ୍ଟା ଗୁଡିକ ଜବତ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)