କାଲାଗଣ୍ଡା ଆଶ୍ରମ ବିଦ୍ଯାଳୟରେ ପୁଣି ଛାତ୍ର ମୃତ୍ଯୁ ।

ମାଲକାନଗିରି,୩୧/୦୮(ପିପିଟି): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଗତକାଲି ଜଣେ ଛାତ୍ର ପ୍ରଦୀପ ମୁଚାକି ରୋଗରେ ପୀଡିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲା ବେଳେ ଆଜି ଉକ୍ତ ବିଦ୍ୟାଳୟର ଆଉ ଜଣେ ଛାତ୍ର ଶନ୍ତୁ କୁରାମି ରୋଗାକ୍ରନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ସେହି ବିଦ୍ଯାଳୟର ୮ ଜଣ ଛାତ୍ରଛାତ୍ରୀ ଅଜଣା ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ କଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଗତକାଲି ଜଣେ ଛାତ୍ର ମୃତ୍ୟୁ ବରଣ କରିଥିବା ବେଳେ କାଲି ରାତିରେ ପୁଣି ଜଣେ ଛାତ୍ର ଶନ୍ତୁ କୁରାମିଙ୍କ ଶରୀର ମଧ୍ୟ ଅସୁସ୍ଥ ହେବାରୁ ତାଙ୍କୁ ପଡିଆ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେ ସାମାନ୍ଯ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିଜ ଘର ପୂଜାରୀଗୁଡା ଗ୍ରାମରେ ନେଇ ଛାଡି ଆସିଥିଲେ ବିଦ୍ୟାଳୟର ଶିକ୍ଷକ । ଆଜି ସକାଳେ ସେହି ଛାତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ସ୍ବାସ୍ଥ୍ଯ ବିଭାଗ ଏଥି ପ୍ରତି ଗୁରୁତ୍ବ ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରିବା ଉଚିତ । କାରଣ ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ଜ୍ବର କାୟା ବିସ୍ଥା କରିଥିବା ବେଳେ
ଆଗୁଆ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment