କାର ସହ ଗଞ୍ଜେଇ ଜବତ : ଜଣେ ନାବାଳକ ସହ ତିନି ଗଞ୍ଜେଇ ମାଫିଆ ଗିରଫ ।

କନ୍ଧମାଳ,୦୫/୦୫(ପିପିଟି):କନ୍ଧମାଳ ଜିଲ୍ଲା ପରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ପୋଲିସ ଓ ଅବକାରୀ ବିଭାଗ ର କଡା ସୁରକ୍ଷା ଥିଲେ ମଧ୍ୟ ବେଆଇନ ଭାବରେ ଏହି ଗଞ୍ଜେଇ କାରବାର ଥମିବାର ନା ଧରୁନି । ଚୋରା ଚାଲାଣ ବେଳେ ଅନେକ ଗଞ୍ଜେଇ ମାଫିଆ ଗିରଫ ହୋଇ ଜେଲ ମଧ୍ୟ ଯାଉଛନ୍ତି, ତଥାପି ଏହି ବେଆଇନ ଗଞ୍ଜେଇ କରବାର ଉପରେ ରୋକ ଲଗାଯାଇ ପାରୁନାହିଁ l କିଛି ଦିନର ନିରବତା ପରେ ଫିରିଙ୍ଗିଆ ପୋଲିସ ହାତରେ ଧରା ପଡିଛନ୍ତି ଜଣେ ନାବାଳକ ସହ ତିନିଜଣ ଗଞ୍ଜେଇ ମାଫିଆ । ତେବେ ଏକ କାର ରେ ଫିରିଙ୍ଗିଆ ଜାଜେଶପଙ୍ଗା ଅଞ୍ଚଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର କୌଣସି ସୂତ୍ରରୁ ମିଳିବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଟିମ ଫିରିଙ୍ଗିଆ ନୂଆପଦର ରାସ୍ତାର ଶିମିଳିସାହି ଠାରେ ଉକ୍ତ କାର କୁ ଜବତ କରିଥିଲେ । ତେବେ କାର ଟିକୁ ଜବତ କରି ଯାଞ୍ଚ କାଲା ସମୟରେ ଉକ୍ତ କାର ରୁ ୩୦ କିଲୋ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ଜଣେ ନାବାଳକ ସହ ତିନି ଜଣକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଫିରିଙ୍ଗିଆ ଥାନା ଜାଜେଶପାଙ୍ଗା ପଞ୍ଚାୟତ ଉପର ଦାମୀଙ୍ଗିଆ ଗାଁର ଧନୁ ଡିଗାଲ ଓ ଅରୁଣ ଡିଗାଲ ବୋଲି ଜଣା ପଡ଼ିଥିବା ବେଳେ ଗିରଫ ହୋଇ ଥିବା ନାବାଳକ ଜଣକ ଏହି ମାମଲାରେ ଗିରଫ ହୋଇ ଥିବା ଧନୁ ଡିଗାଲ ର ପୁଅ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ କେଶ ନଂ. ୫୫/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ତଦନ୍ତକାରୀ ପୋଲିସ ଅଫିସର ପ୍ରଦୀପ କୁମାର ରାଉଳ ସୂଚନା ଦେଇଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment