କାର ଭିତରେ ଶ୍ୱାସ ରୁଦ୍ଧ ହୋଇ ଶିଶୁର ମୃତ୍ୟୁ ।

ଭଞ୍ଜନଗର,(ପିପିଟି)୦୯/୦୫, ତାରସିଂ ଥାନା ହଳନ୍ଦଖୋଳା ଗ୍ରାମରେ କାର ଭିତରେ ଶ୍ୱାସ ରୁଦ୍ଧ ହୋଇ ଏକ ୬ବର୍ଷ ଶିଶୁପୁତ୍ର ର ମୃତ୍ୟୁ ଘଟିଛି। ପଥରା ପଲ୍ଲୀ ଗ୍ରାମର ବିକ୍ରମ ପ୍ରଧାନ ସୁରାଟରେ ରହୁଥିବା ବେଳେ ଆଜି ଜଣେ ସମ୍ପର୍କୀୟ ଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ତାଙ୍କ ପତ୍ନୀ ଓ ପୁଅ ସାଇକୃଷ୍ଣ କାର ଯୋଗେ ହଳନ୍ଦଖୋଳା ଗ୍ରାମକୁ ଯାଇଥିଲେ।ଦଶାହ କାର୍ଯ୍ୟରେ ସମସ୍ତେ ବ୍ୟସ୍ତ ଥିବାରୁ ସାଇ ବାହାରେ ଖେଳିବା ପରେ କାରରେ ଯାଇ ବସିଥିଲା।ଗାଡିର କାଚ ଝରକା ସବୁ ବନ୍ଦ ଥିବାରୁ ସାଇ ଭିତରେ ଅଣ ନିଶ୍ୱାସୀ ହୋଇପଡିଥିଲା।କିନ୍ତୁ ଗାଡ଼ି ଭିତରୁ ସେ ଡୋର ଖୋଲି ବାହାରକୁ ଆସି ପାରି ନଥିଲା।ବହୁ ସମୟ ପରେ ଘର ଲୋକେ ସାଇକୁ ଖୋଜା ଖୋଜି କରିବା ପରେ କାର ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ।ହେଲେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment