କାର ଦୁର୍ଘଟଣାରେ ରୋଟାରୀ କ୍ଲବ ସମ୍ପାଦକ ଆହତ ।

ଭଞ୍ଜନଗର,୨୯/୦୧(ପିପିଟି ):ପୁରୀରୁ ଭଞ୍ଜନଗର ଫେରୁଥିବା ବେଳେ ଜଗନ୍ନାଥପ୍ରସାଦ ବେଲଗୁଣ୍ଠା ମୁଖ୍ୟ ରାସ୍ତା ଉଢ଼ରା ନିକଟରେ ଆଜି ଅପରାହ୍ନରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏଥିରେ ଭଞ୍ଜନଗର ରୋଟାରୀ କ୍ଲବ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି, ତାଙ୍କ ପତ୍ନୀ , ଭାଇ , ଭାଉଜ ଏବଂ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଇବା ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗୁପ୍ତେଶ୍ୱର ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ କୌଣସି କାର୍ଯ୍ୟରେ ଯୋଗ ଦେବାପାଇଁ ପୁରୀ ଯାଇଥିଲେ। କାମ ସରିବା ପରେ ଆଜି ସକାଳୁ ସେମାନେ ଭଞ୍ଜନଗର ଅଭିମୁଖେ ଫେରୁଥିଲେ। ବାଟରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡିରେ ଥିବା ସମସ୍ତ ୫ଜଣ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସଠିକ ଭାବେ କିଛି ଜଣାପଡ଼ିନାହିଁ।ଖବର ପାଇ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ ବାରିକ,ପୁର୍ବତନ ସମ୍ପାଦକ ପ୍ରଦ୍ୟୁମ୍ନ ମଲ୍ଲିକ
ଏବଂ ଅନ୍ୟମାନେ ମେଡ଼ିକାଲରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment