କାର ଓ ସ୍କୁଟି ଧକ୍କାରେ ୨ଗୁରୁତର।

ଭଞ୍ଜନଗର, ୧୫/୦୬(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ନିଧିଆପଲ୍ଲୀ ଛକ ନିକଟରେ ଆଜି ଅପରାହ୍ଣରେ ସ୍କୁଟିକୁ ଧକ୍କା ଦେଲା କାର।ଫଳରେ ସ୍କୁଟିରେ ଥିବା ଦୁଇ ଆରୋହୀ ଗୁରୁତର ହୋଇଛନ୍ତି।ସେମାନେ ହେଲେ ଅଜିତ ଯାନୀ ଓ ଟିକିନା ପ୍ରଧାନ ।ସ୍କୁଟିରେ ଦୁଇ ଜଣ ମୁଜାଗଡ଼ରୁ ବାହାରି ବ୍ରାହ୍ମଣପଦର ଅଭିମୁଖେ ଯାଉଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଏକ କାର ସ୍କୁଟିକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ କାରଟି ରାସ୍ତା କଡ଼କୁ ଓଲଟି ପଡିଥିଲା।ଫଳରେ ସ୍କୁଟି ରେ ଥିବା ଦୁଇଜଣ ଗୁରୁତର ଅବସ୍ଥାରେ ତଳେ କଚାଡି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ସାଙ୍ଗେ ସାଙ୍ଗେ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କାରରେ ବସିଥିବା ଯାତ୍ରୀ ମାନେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଅଜିତ ଓ ଟିକିନାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

( ରିପୋର୍ଟ- ଜେ.କେ ପଟ୍ଟନାୟକ)

Comments (0)
Add Comment