କାର୍ଯ୍ୟରେ ଅବହେଳା ପାଇଁ କନିଷ୍ଠ ଯନ୍ତ୍ରୀ ଲାଡି ରବିନ୍ଦ୍ରକୁମାର ନିଲମ୍ବିତ ।

ରାୟଗଡା,୨୨/୦୮(ପିପିଟି); ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର କର୍ମଚାରୀଙ୍କ ମନଇଚ୍ଛା ଅନୁପସ୍ଥିତି, କରୋନା ପରିଚାଳନାରେ ଅସହଯୋଗ ଓ କାର୍ଯ୍ୟରେ ଅବହେଳା ଯୋଗୁଁ କନିଷ୍ଠଯନ୍ତ୍ରୀ ଲାଡି ରବିନ୍ଦ୍ରକୁମାରଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଏଥିସହ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ସହ ବିଭାଗୀୟ କାର୍ଯନୁଷ୍ଠାନ ନିମନ୍ତେ ପଞ୍ଚାୟତ ବିଭାଗକୁ ପତ୍ର ଲେଖିଛନ୍ତି।ଚିଠି ନଂ 1607/ XIV-212/20(estt)ରେ କୋଲନରା ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ଦାୟିତ୍ୱ ନେବା ସହିତ ପ୍ରଦୀପ କୁମାର ବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ଓ ଗୁଣୁପୁର ଉପଜିଲ୍ଲାପାଳ ସିଧେଶ୍ୱର ବଳୀରାମ ବନ୍ଦର ଚନ୍ଦ୍ରପୁର ବ୍ଲକ ପରିଦର୍ଶନ କରିବା ବେଳେ ଏମାନେ ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। କରୋନା ମୁକାବିଲା କରିବାକୁ ସମସ୍ତ ପ୍ରଶାସନ ୨୪ ଘଣ୍ଟିଆ ସଜାଗ ରହିବାକୁ ଉଲ୍ଲେଖ ରହିଥିଲେ ମଧ୍ୟ ଏହି ବ୍ଲକରେ ଏହାର ଚରମ ଅବହେଳା ଦେଖିବାକୁ ମିଳିଛି।ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ କରିଛନ୍ତି ଓ ବୁଦ୍ଧିଜୀବୀ କହିଛନ୍ତି ଯେ ଚନ୍ଦ୍ରପୁର ବ୍ଲକରେ ଦୁର୍ନୀତି ସୀମା ଟପିଯାଇଛି। ଯଦି ଏପରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ବାରମ୍ବାର ନିଆଯାଏ ତେବେ ବିକାଶ ହୋଇପାରିବ। ରିପୋର୍ଟ – ନବୀନ ନାୟକ ବେହେରା ।

Comments (0)
Add Comment