କାର୍ଯ୍ଯନିର୍ବାହୀଙ୍କ ବାସଭବନରେ ନିଆଁ ଲଗାଲେ ଦୁର୍ବୃତ୍ତ ।

ମାଲକାନଗିରି,୦୨/୦୬(ପିପିଟି): ଗତ କାଲି ବିଳମ୍ବିତ ରାତ୍ରରେ ବାଲିମେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସପରିବାରେ ନିଜ ବାସଭବନରେ ଶୋଇଥିବା ବେଳେ କୌଣସି ଦୁର୍ବୃତ୍ତ ମାରିବା ଉଦ୍ଦେଶ୍ଯ ପେଟ୍ରୋଲ ଢାଳି ଅଗ୍ନି ସଂଯୋଗ କରିଥିଲା,କିନ୍ତୁ ସୌଭାଗ୍ଯବଶତଃ ତାଙ୍କ ସପରିବାର ଆସନ୍ନ ବିପଦରୁ ରକ୍ଷା ପାଇଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ଗତ କିଛିଦିନ ଧରି ବାଲିମେଳାକୁ ଆସିଥିବା ବିକାଶ ମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ ରଚା ଯାଇଥିବା ଅନୁମାନ କରାଯାଉଛି। ଗତ କାଲି ମଧ୍ୟରାତ୍ରି ପ୍ରାୟ ୨ଟା ୩୦ ମିନିଟ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ବାସଭବନ ପଛ ପଟୁ କିଛି ଦୁର୍ବୁତ୍ତ ଆସି ପେଟ୍ରୋଲ ପକାଇ ଘରକୁ ଜାଳିବାକୁ ଉଦ୍ୟମ କରୁଥିଲେ।ଏହି ସମୟରେ ଅଧିକାରୀଙ୍କ ଝିଅଙ୍କର ହଠାତ ନିଦ ଭାଙ୍ଗିବାରୁ ସେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଅଧିକାରୀ ଏବଂ ତାଙ୍କ ଝିଅ ବାହାରକୁ ଆସି ଦେଖିଲା ବେଳକୁ ଘର ଚାରି କଡରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଏନଏସି କିଛି କର୍ମଚାରୀ ଏବଂ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ତାଙ୍କ ବାସଭବନ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନ ଓର୍କେଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment