କାରୋନା ନିୟନ୍ତ୍ରଣ ପାଇଁ ପୋଲୋସରା ପ୍ରଶାସନର ପ୍ରସ୍ତୁତି ବୈଠକ ।

ପୋଲୋସରା, ୨୫/୦୪(ପିପିଟି); ପୋଲୋସରା ରେ କୋରାନା ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ପୋଲୋସରା ବ୍ଲକ ଏ.ବି.ଡି.ଓ ଧର୍ମରାଜ୍ ପରିଡାଙ୍କ ଠାରୁ ମିଥିବା ସୂଚନା ପ୍ରକାରେ ସହରର ଲୁଣିଘାଟି ଠାରେ ଥିବା ସି.ଟି ହାଇସ୍କୁଲ ହଷ୍ଟେଲ କୁ ୧୦୦ ଶଯ୍ୟା ବିଶିଷ୍ଟ କୋ.ଭି.ଡ଼ି କେର ସେଣ୍ଟର ରୂପେ ପ୍ରସ୍ତୁତ କରାଯାଇଥିବା ବେଳେ ପୋଲୋସରା ବ୍ଲକର ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ଚଢ଼ୀୟାପଡା ଗ୍ରାମରେ ଥିବା ବୁହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଚିରିକିପଡା ଶାସନ ହାଇସ୍କୁଲକୁ କରନା ସଂକ୍ରମିତ ରୋଗୀମାନଙ୍କ ପାଇଁ ଆପାତ କାଳୀନ ଜରୁରୀ ଚିକିତ୍ସା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇଛି । ଅତି ଆବଶ୍ୟକ ପଡିଲେ ଅଧିକା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ମିଳିଛି । ଚିରିକିପଡା ପଚାୟତ ସରପଞ୍ଚଙ୍କ ସୂଚନା ପ୍ରକାରେ ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ରେ ୨୮ ଗୋଟି ବେଡ଼ ପ୍ରସ୍ତୁତ କରିବାକୁ କୁହାଯାଇଥିବାବେଳେ ପଞ୍ଚାୟତ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଥିବ ତଥ୍ୟ ହସ୍ତଗତ ହୋଇଛି । ମୋଟମୋଟିଭାବେ କୋଭିଡ ମୁକାବିଲା ପାଇଁ ପ୍ରଶାସନ ଆଗୁଆ ଭାବେ ପ୍ରସ୍ତୁତି ରହିଥିବା ସୂଚନା ମିଳିଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment