କାରଖାଲି ରେ ଦମନ ଶିବିର ।

ଚିକିଟି,୨୨/୦୧(ପିପିଟି);ଶୁକ୍ରବାର ଚିକିଟି ବ୍ଲକ କେ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ କାରଖାଲି ଗ୍ରାମରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ମନୋଜ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଦମନ ଶିବିର ଅନୁଷ୍ଠିତ ହୋଇଯାଇଅଛି ,ଏହି ଶିବିର ରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶୁଭଲଷ୍ମୀ ମହନ୍ତ ଯୋଗଦେଇ ଜନ ସାଧାରଣଙ୍କୁ ମ୍ୟାଲେରିଆ ରୋଗ ଉପରେ ସଚେତନ କରାଇଥିଲେ ଏବଂ ମଶାରୀ ଟାଣି ଶୋଇବା ପାଇଁ ଅନୁରୋଧ କରିଥିଲେ, ଡ଼ାକ୍ତର ପୂରନ ଜିତ ପାତ୍ର ଓ ଫାର୍ମାସିଷ୍ଟ ସନ୍ତୋଷ ପଣ୍ଡା ଲୋକ ମାନଙ୍କୁ ମାସ୍କ ଓ ଔଷଧ ବଣ୍ଟନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପରିଦର୍ଶକ ଏଲ କୁମାର, ସ୍ୱାସ୍ଥ୍ୟ କର୍ମୀ ଲିଲି ପଟନାୟକ, ଲାବ୍ରୋଟାରୀ ଟେକନିସିଆନ ସୁନୀଲ ପଟନାୟକ,ଟିବି ପରିଦର୍ଶକ ଆଶୁତୋଷ ବିଶୋଇ, ଅଙ୍ଗନବାଡି ଦିଦି ବିମଳା ବିଶୋଇ, ଆଶା ଦିଦି ସାବିତ୍ରୀ ମଲିକ, ସ୍ୱେଚ୍ଛାସେବୀ ମାରୁତି ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ,ସମସ୍ତ କାର୍ଯ୍ୟକ୍ରମକୁ ମ୍ୟାଲେରିଆ ପରିଦର୍ଶକ ସୁଶାନ୍ତ ବାରିକ ପରିଚାଳନା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment