ମାଲକାନଗିରି ,୧୯/୧୨(ପିପିଟି):ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗା ଗ୍ରାମ ପଞ୍ଚାୟତରେ ଅସହାୟ ଓ ସମ୍ବେଦନଶୀଳ ପରିବାରମାନଙ୍କୁ ସରକାରୀ କଲ୍ଯାଣ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଏକ ବିଶେଷ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମାଥିଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ, ପିଏ (ଏସ୍ଏସ୍ଇପିଡି) ଜଗନ୍ନାଥ ବାଟେ, ଆର୍ସିଏମ୍ଏସ୍ ଡିଇଓ ସୁବ୍ରତ ଚକ୍ରବର୍ତ୍ତୀ ଏବଂ କିଆଙ୍ଗା ସରପଞ୍ଚ ଲକ୍ଷ୍ମୀନାଥ ପୂଜାରୀ ଉପସ୍ଥିତ ଥିଲେ।ଶିବିରରେ ବୁଢ଼ା ବୁଢୀଙ୍କ ପେନ୍ସନ କାର୍ଡ, ବିଧବା ପେନ୍ସନ କାର୍ଡ, ରାସନ କାର୍ଡ, ଶ୍ରମିକ କାର୍ଡ ଇତ୍ୟାଦି ଯୋଜନାର ସୁବିଧା ଗରିବ ପରିବାର ବର୍ଗଙ୍କୁ ଯୋଗାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମଟି ଶକ୍ତି ସୋସିଆଲ୍ କଲ୍ଚୁରାଲ୍ ଏବଂ ସ୍ପୋର୍ଟସ ଅର୍ଗାନାଇଜେସନ୍, ମାଲକାନଗିରି ପକ୍ଷରୁ ଆୟୋଜିତ ହୋଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)