କଳ ବୈଶାଖି ତାଣ୍ଡବ: କ୍ଷୟକ୍ଷତି ଆକଳନ କଲେ ତହସିଲଦାର ।

ମାଲକାନଗିରି,ତା:୨୪/୦୫(ପିପିଟି); ଗତ କାଲି ସଂଧ୍ଯାରେ କାଳ ବୈଶାଖି ଝଡ ବର୍ଷା ଯୋଗୁଁ ପଡିଆ ଓ ସେମିଳିବାଞ୍ଛାରେ ଘର ଛପର ଉଡିଯାଇ ବ୍ଯାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଜି ଘଟଣା ସ୍ଥଳରେ ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର ପହଞ୍ଚି କ୍ଷୟ କ୍ଷତିର ଆକଳନ କରିଥିଲେ । ପ୍ରାପ୍ତ ସୁଚନା ଅନୁସାରେ ଗତ କାଲି ସଂଧ୍ଯାରେ ପ୍ରବଳ ପବନ ବହିବା ସହିତ ମୁଶଳ ଧାରାରେ ବର୍ଷା ହେବା ଯୋଗୁଁ ପଡିଆ ଗ୍ରାମରେ ୪୦ଟି ଘର ଏବଂ ସେମିଳିବାଞ୍ଛାରେ ୧୫ଟି ଘର ଛପର ଉଡିଯାଇ ବ୍ଯାପକ କ୍ଷୟକ୍ଷତି ହୋଇଥିଲା । ଆଜି ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିବା ସହିତ ବିପନ୍ନ ପରିବାର ବର୍ଗଙ୍କୁ ମୋଟୁ ତହସିଲ ତରଫରୁ ପଲିଥିନ ଯୋଗାଇ ଦେବାର ବ୍ଯବସ୍ଥା କରାଯାଇଥିବା କୁହାଯାଇଛି । ଅନ୍ଯ ପକ୍ଷରେ ଅଗ୍ନିଶମ କର୍ମଚାରୀମାନେ ପଡିଆ ଗ୍ରାମରେ ପହଞ୍ଚି ଉପୁଡି ପଡିଥିବା ବଡ ବଡ ଗଛଗୁଡିକୁ କାଟି ସଫା କରିଛନ୍ତି । ଘର ଉପରେ ଭାଙ୍ଗି ପଡିଥିବା ଗଛଗୁଡିକୁ କଢା ଯାଇଥିବା ବେଳେ ରାସ୍ତାରୁ ମଧ୍ଯ ଅବରୋଧ ହଟାଯାଇଛି ।ବର୍ତ୍ତମାନ ବିଦ୍ଯୁତ ତାରଗୁଡିକୁ ଛିଣ୍ଡି ପଡିଥିବାରୁ ବିଦ୍ଯୁତ ସରବରାହ ହୋଇ ପାରି ନଥିବା ଜଣା ପଡିଛି ।
(ରେପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment