କଳିଙ୍ଗ ଡ୍ରାଇଭିଂ ଟ୍ରେନିଂ ସ୍କୁଲରୁ ଚୋରି ।

ଭଞ୍ଜନଗର,୧୧/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କଲେଜ ରୋଡ଼ କୁକୁଡ଼ା ଫାର୍ମ ସାମ୍ନାରେ ରେ ଥିବା କଳିଙ୍ଗ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ କେହି ଦୁର୍ବୁତ୍ତ ପଶି ଗୋଟିଏ ସ୍କୁଟି ଓ ଗୋଟିଏ ଡ୍ରିଲିଂ ମେସିନ ଓ କମ୍ପୁଟର ସିପିୟୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।ଅନୁଷ୍ଠାନର ମାଲିକ ପୀତବାସ ବେହେରା ଶନିବାର ସକାଳେ ଆସି ଦେଖିଲା ବେଳକୁ ଗୋଟିଏ ସିସି କ୍ୟାମେରା ଭାଙ୍ଗି ଥିବା ଦେଖିବା ସହ ଅନ୍ୟାନ୍ୟ ଜିନିଷପତ୍ର ଚୋରି ହୋଇଥବା ବିଷୟ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାକୁ ଧରିବାରେ ସକ୍ଷମ ହୋଇ ନଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment