କଳିଙ୍ଗ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ – ସୁରଭି -୨୦୨୫ ।

ପୋଲସରା,୧୪/୧୦ (ପିପିଟି):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର କନିଆରୀ ପଞ୍ଚାୟତ ସ୍ଥିତ କଳିଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ କନିଆରିଠାରେ କ୍ଲଷ୍ଟର ସ୍ତରୀୟ “ସୁରଭି -୨୦୨୫” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀ ଚରଣ ବିଶ୍ଵାଳ ଓ କନିଆରୀ ସି ଆର ସି ସି ରାଜୀବ ଲୋଚନ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବି. ଇ.ଓ ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ରୂପେ ବି ଆର ସି ସି ଶ୍ରୀ ରବି ନାରାୟଣ ବେହେରା, ଏ ବି ଓ ଶ୍ରୀ ମାଧବ ଚନ୍ଦ୍ର ମାଝୀ, ସରପଞ୍ଚ ଶ୍ରୀ ରବୀନ୍ଦ୍ର ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଦେବେନ୍ଦ୍ର ନାଥ ସାହୁ ଓ ଶ୍ରୀ କମଳ ଲୋଚନ ସାହୁ, ପୂର୍ବତନ କିରାଣୀ ଶ୍ରୀ ପ୍ରସ୍ନ ସାହୁ ଏବଂ ବରିଡା, ଶିଆଳିଆ, ଏନ ଏ ସି, ଅର୍ଯୁନପଲ୍ଲି ଓ ଗୁଡ଼ିଆଳି କ୍ଲଷ୍ଟରର ସି ଆର ସି ମାନେ ଉପସ୍ଥିତ ରହି ସହଯୋଗ କରିବା ସହ କନିଆରୀ କ୍ଲଷ୍ଟର ର ୧୧ ଗୋଟି ବିଦ୍ୟାଳୟରୁ ଆସିଥିବା ୧୧୯ ଜଣ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି, ପୁସ୍ତକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ବ୍ଲକ୍ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମିଲନ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହିତ କ୍ଲଷ୍ଟରର ୧୧ଗୋଟି ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment