କଳିଙ୍ଗା ଘାଟିରେ ତେଲ ବୋଝେଇ ଟ୍ରକ ଓଲଟିଲା ।

ବାଲିଗୁଡ଼ା,୧୨/୦୩(ପିପିଟି);କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଏକ ରିଫାଇନ ତେଲ ବୋଝେଇ ଟ୍ରକ ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି । ଘଟଣାସ୍ଥଳରେ ରିଫାଇନ ତେଲ ରାସ୍ତା କଡରେ ଛିଟିକି ପଡିଛି । ଗାଡ଼ି ଓଲଟି ତେଲ ପ୍ୟାକେଟ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଲୋକେ ତାହାକୁ ବୋହି ନେଇଥିବା ଜଣାଯାଇଛି। ଖବର ପାଇ ଜି.ଉଦୟଗିରି ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗାଡି କିପରି ଓଲଟିଲା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Comments (0)
Add Comment