କଳା ବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ; ବୁଧବାର ୪ପଜିଟିଭ ଚିହ୍ନଟ ।

ଭଞ୍ଜନଗର,୦୬/୦୫(ପିପିଟି); କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଲକ ଡା ଉନ ଘୋଷଣା କରିଛନ୍ତି।ଏହାର ସୁଯୋଗରେ ବହୁ ଅସାଧୁ ବ୍ୟବସାୟୀ ଫାଇଦା ଉଠାଇବା ପାଇଁ କଳା ବଜାରୀ କରିବାକୁ ପଛାଉ ନାହାଁନ୍ତି। ଗତ ୫ତାରିଖରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭଞ୍ଜନଗର ଉପଖଣ୍ଡରେ ମୋଟ କରୋନା ପଜିଟିଭ ସଂଖ୍ୟା ୬୩୭ ଥିବା ଜଣାପଡିଛି। ସେଥିମଧ୍ୟରୁ ସକ୍ରିୟ ଅଛନ୍ତି ୨୭୮ଜଣ ଏବଂ ୪ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ୩୫୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି। ଭଞ୍ଜନଗର ଉପଖଣ୍ଡରେ ସୁସ୍ଥ ହେବା ହାର ଶତକଡା ୫୬ଭାଗ ରହିଛି।ବୁଧବାର ଭଞ୍ଜନଗର ଅଞ୍ଚଳରେ ମୋଟ ୪ ଟି ପଜିଟିଭ କେଶ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଭଞ୍ଜନଗର ଓ ରଘୁନାଥ ବିହାର ରୁ ଜଣେ ଲେଖାଏଁ ଓ ଅଗଝୋଳ ର ୨ଜଣ ଆକ୍ରାନ୍ତ ରହିଛନ୍ତି। ଯଦି କୌଣସି ଜନ ସାଧରଣଙ୍କ ନିକଟରେ କିଛି ବି ଲକ୍ଷଣ ଦେଖିବାକୁ ପାଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ଏବଂ ଯଦି ପ୍ରଥମ ପର୍ଯ୍ୟାୟରେ ପ୍ରତିକାର କରିବା ତେବେ ନିଶ୍ଟିତ ଭାବେ ଆମେ ସୁସ୍ଥ ହୋଇପାରିବା ବୋଲି ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି।ସେହିପରି ଲକ ଡାଉନ ସମୟରେ ଆଳୁ, ପିଆଜ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଥିବାରୁ କଳା ବଜାରୀକୁ ରୋକିବାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ କହିଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment