କଳମ୍ବ ବିଜେପି କର୍ମୀମାନେ ବିଜେଡି ରେ ଯୋଗ ଦେଲେ।

ପୋଲସରା,୧୪/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ କଳମ୍ବ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।କଳମ୍ବ ଗ୍ରାମର ବେଲାଳସନ ପ୍ରଧାନ ଓ ନେହୁରୁ ପ୍ରଧାନଙ୍କ ନେତୃତ୍ୱରେ ୭୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ମାନ୍ୟବର ସାଂସଦ ଆସିକା ଶ୍ରୀମତୀ ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।

Comments (0)
Add Comment