କଳମ୍ବ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି।

ପୋଲସରା,୦୬/୦୪ (ପିପିଟି):ପୋଲସରା ବ୍ଲକର କଳମ୍ବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନମ ବେହେରା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ସିଡ଼ିପିଓ ତିଳୋତ୍ତମା ରାଉତ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ସରପଞ୍ଚ ଗୀତାଞ୍ଜଳି ସାହୁ, ଜନଶୁଣାଣୀ ଅଧିକାରିଣି ଲିପ୍ସା ରାଣୀ ଭଞ୍ଜ ଓ ବନ ବିଭାଗ ବନରକ୍ଷୀ କାର୍ତ୍ତିକ ସାହୁ ପ୍ରମୁଖଙ୍କ ସମେତ ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ଆର୍ଥିକ ବିଭାଗର ଷ୍ଟାଫମାନେ ଯୋଗଦେଇଥିଲେ।
ଏହି ଅବସରରେ ମୋଟ ୨୬ ଜଣଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକର ପଞ୍ଜିକରଣ ହୋଇଥିବା ବେଳେ ୧୧ ଜଣଙ୍କୁ ଭତ୍ତା, ୧୦ ଜଣଙ୍କୁ ଘରବାରି ପଟ୍ଟା ଏବଂ ୨ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ଆର୍ଥିକ ଋଣ ପ୍ରଦାନ କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଉକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦଳେଇ ପରିଚାଳନା କରିଥିବା ବେଳେ ପଞ୍ଚାୟତ ଯୋଗାଣ ସହାୟକ ରବୀନ୍ଦ୍ର ମହାନ୍ତି ଓ ଏ.ଡି.ଓ ସୁଶାନ୍ତ କୁମାର ମହାରଣାଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ଵେଚ୍ଛାସେବୀ ଓ ସ୍ଵଚ୍ଛକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment