କଳମ୍ବ ଠାରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୋଲସରା,୨୫/୦୫(ପିପିଟି); ଆଜି କଳମ୍ବ ଗ୍ରାମପଞ୍ଚାୟତ ରେ ଏକ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ କଳମ୍ବ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କ ସମେତ ବିଧାୟକ ଶ୍ରୀକାନ୍ତ ସାହୁ ବିଡିଓ ସୁରଞ୍ଜନ ସାହୁ ପୋଲସରା ତହସିଲଦାର ଦିଲୀପ କୁମାର ନାୟକ, ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସମସ୍ତ ୱାର୍ଡ ମେମ୍ବର, ସ୍ୱାସ୍ଥ୍ୟ କର୍ମୀ, ଗ୍ରମସେବକ ଭଗବାନ ବେହେରା, ଜିଆରଏସ ସନ୍ତୋଷ ପ୍ରଧାନ ଏବଂ ସମସ୍ତ ସ୍ବେଛାସେବୀ ଭାଇ ମାନେ ଉପସ୍ଥିତ ରହିଥିଲେ । ଡବଲ ମାସ୍କର ବାଧ୍ୟତା ମୂଳକ ବ୍ୟବହାର । ଗହଳି ନ କରିବା ,ଭୋଜି ଭାତ ର ବ୍ୟବସ୍ଥା ନ କରିବା, ସମସ୍ତ କୋଭିଡ ନିୟମ ପାଳନ କରିବାକୁ ସଚେତନ କରିଥିଲେ । ବିଧାୟକ ସ୍ଥାନୀୟ ମୃତ ବ୍ୟକ୍ତି,ରଘୁନାଥ ମହାପାତ୍ର ଓ ପ୍ରବଚକ ଚରଣ ରାମଦାସଙ୍କ ସ୍ମୃତିଚାରଣ କରିବା ସହିତ ଉଦାହରଣ ଦେଇ ସଚେତନ କରାଇଥିଲେ ।

Comments (0)
Add Comment