କଳମ୍ବ ଗ୍ରାମରେ ତ୍ରିରଙ୍ଗା ସମ୍ମାନ ସଙ୍କଳ୍ପ ପଦଯାତ୍ରା ।

ପୋଲସରା,୧୩/୦୮(ପିପିଟି): ସ୍ୱାଧିନତାର ଅମୃତ ମହୋତ୍ସଵ ଅବସରରେ ଆଜି କଳମ୍ବ ଗ୍ରାମରେ ତ୍ରିରଙ୍ଗା ସମ୍ମାନ ପଦଯାତ୍ରାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରି ଯୋଗ ଦେଇଥିଲେ ଏଥିରେ ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟର ବରିଷ୍ଠ ଅଧ୍ଯାପକ ମନୋଜ କୁମାର ସାହୁ, ସେବା ନିବୃତ ସ୍ଥଳସେନା ଅଫିସର ତଥା ସମ୍ପ୍ରତି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଚିତ୍ରସେନ ବେହେରା, କବିସୂର୍ଯ୍ୟନଗର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସାହୁ ତଥା ବୀଣାପାଣି ହାଇଟେକ ଷ୍ଟଡି ସେଣ୍ଟରର ଶିକ୍ଷୟିତ୍ରୀ ସୁଶ୍ରୀ ଆରତୀ ପ୍ରଧାନ, ସୁଶ୍ରୀ ପ୍ରଜନୀକା ପ୍ରଧାନ ଓ ସୁଶ୍ରୀ ଖୋଜନୀ ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇ ଜାତୀୟ ପତାକା ଧରି ଗ୍ରାମ ପରିକ୍ରମା କରିବା ସହିତ ପରିଶେଷର ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାୟନ କରା ଯାଇଥିଲା। ଏଥିସହିତ ଘର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ପ୍ରତ୍ୟକ ସଙ୍କଳ୍ପ ନେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment