କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ।

ସୁବର୍ଣ୍ଣପୁର ,୧୮/୧୦(ପିପିଟି) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଗୁରୁବାର ଦିନ କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ଅର୍ଥ କମିଟିର ସଦସ୍ୟ ଡ. ଇଂ ସଞ୍ଜୟ କୁମାର ପଣ୍ଡା ମୁଖ୍ୟ ଅତିଥି, ବ୍ରହ୍ମପୁର ସ୍ଥିତ ତ୍ରିଧାରା ସାହିତ୍ୟ ସଂସଦ ର ସମ୍ପାଦକ ଡ. ଲକ୍ଷ୍ମୀ ନାରାୟଣ ଦାସ ମୁଖ୍ୟବକ୍ତା, ଡ. ବିକାଶ ରଞ୍ଜନ ବେହେରା ସ୍ଵତନ୍ତ୍ର ନିମନ୍ତ୍ରୀତ ଅତିଥି, ଆୟୋଜକ ଉପଦେଷ୍ଟା ବ୍ରଜଗୋପାଳ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ଗାଁ ଓ ସହରୀ ସଭ୍ୟତା ଆମ ପାଇଁ ଆବଶ୍ୟକ l ସାମ୍ପ୍ରତିକ ସମୟରେ ଗାଁ ସଭ୍ୟତା ଉତ୍ତମ ଜୀବନ ପାଇଁ ଆବଶ୍ୟକ ହୋଇଥିବାବେଳେ ସହରୀ ସଭ୍ୟତା ଜୀବିକା ପାଇଁ ଉଦ୍ଧିଷ୍ଟ ହୋଇ ପଡିଛି l ଶାନ୍ତ ଓ ସୁସ୍ଥ ଜୀବନ ପାଇଁ ସହରୀ ଲୋକ ଗାଁ ମୁହାଁ ହେଉଥିବାବେଳେ ଜୀବନ ଜୀବିକା ପାଇଁ ଗାଁ ଲୋକ ସହରୀ ମୁହାଁ ହେଉଛନ୍ତି l ଉଭୟ ଗାଁ ଆଉ ସହରର ମିଶ୍ରଣ ହେଉଛି ଜୀବନ ଆଉ ଜୀବିକା ବୋଲି ମତବ୍ୟକ୍ତ କରିଥିଲେ। ସଭା ପ୍ରାରମ୍ଭ ରେ ସ୍ୱରୂପା ରଥ ଓ ସ୍ମରଣିକା ନନ୍ଦ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଯୁଧିଷ୍ଠିର ଖମାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଦାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଧେଶ୍ୟାମ ମିଶ୍ର ଙ୍କ କବିତା ସଙ୍କଳନ ‘ନି଼ଃଶବ୍ଦ ଝଡ଼ ‘ ଏବଂ ଗାଳ୍ପିକ ଅଧ୍ୟାପକ ଯଜ୍ଞେଶ୍ଵର ବିଶି ଙ୍କ ଗଳ୍ପ ସଂକଳନ ‘ ପ୍ରେମ ଲଡୁର ସ୍ଵାଦ ‘ ଲୋକାର୍ପିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ଡ. ସତ୍ୟ ପ୍ରକାଶ ରାୟ ଚୌଧୁରୀ, ଡ.ବିକାଶ ରଞ୍ଜନ ବେହେରା,ବିନୋଦ ପ୍ରଜାପତି, ଡ.ଆର୍ତ୍ତତ୍ରାଣ ବାବୁ, ଡ.ପ୍ରଫୁଲ୍ଲ କୁମାର ରଥ, ଡ.ଜୟନ୍ତୀ ଜେନା,ବାସୁଦେବ ନାଏକ, ଝରଣା ପ୍ରଧାନ ଓ ରାଧେଶ୍ୟାମ ମିଶ୍ର ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଡ.ଅନିରୁଦ୍ଧ କୁରକୁରିଆ ଉନ୍ମୋଚିତ ପୁସ୍ତକ ନିଃଶବ୍ଦ ଝଡ ସମୀକ୍ଷା କରିଥିବାବେଳେ ଡ. ଦ୍ୱୀତିକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ l ସନ୍ତୋଷ ରଥ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନପତ୍ର ପଠନ ସହିତ ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ ଏବଂ ପ୍ରାଣବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment