କଲେଜ ରୋଡ଼ରୁ ଯୁବକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ।

ଭଞ୍ଜନଗର,୧୧/୦୬(ପିପିଟି): ଭଞ୍ଜନଗର କଲେଜ ରୋଡ଼ ଠାରେ ଥିବା ଏକ ହୋଟେଲ୍ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଭଞ୍ଜନଗର ସହର ପାତ୍ର କଲୋନୀର ଜୟଦେବ ମହାରଣାଙ୍କ ପୁଅ ସୀତାରାମ ମହାରଣା(୩୬) ବୋଲି ଜଣାପଡିଛି। ଗତ ଦୁଇ ବର୍ଷ ତଳେ ପତ୍ନୀ ଆତ୍ମହତ୍ୟା କରିବା କାରଣରୁ ସିତାରମ ମାନସିକ ଭାରସାମ୍ୟ ହରାଇ ଉଦାସୀନ ରହୁଥିଲେ।ହେଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି। ଏଥିସହ ତାର ମାଆର ଅଭିଯୋଗ ଅନୁସାରେ କେସ ନମ୍ବର ୨୮୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଗତକାଲି ରାତିରେ ସୀତାରାମ ଏକ ଭୋଜିରେ ଯୋଗ ଦେବା ପାଇଁ ଯାଉଥିବା ଘରେ କହିଥିଲେ ହେଲେ ଘରକୁ ଆଉ ଫେରିନଥିଲେ। ଶନିବାର ସକାଳ ସମୟରେ ସୀତାରାମ କ୍ଷତବିକ୍ଷତ ଅବସ୍ଥାରେ କଲେଜ ରୋଡ଼ରେ ପଡିଥିବା ଦେଖି କିଛି ବ୍ୟକ୍ତି ତାକୁ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment