କଲେଜ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଲେ ଉପଜିଲ୍ଲାପାଳ ।

ମାଲକାନଗିରି,୦୪/୦୨(ପିପିଟି):ବାଲିମେଳା ଏନ୍ଏସି ଗସ୍ତରେ ଆସି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ନିର୍ମାଣଧିନ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେହିପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟକୁ ଯାଇ ନୂତନ କ୍ଲାସ ରୁମ ନିର୍ମାଣ ଦେଖିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶ୍ରୀ ଖେମୁଣ୍ଡୁ ଉକ୍ତ କଲେଜର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଥିଲେ। +୨ ବିଜ୍ଞାନର ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ଏବଂ +୨ କଳା ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଗ୍ରାମାର ପଢାଇ ଥିଲେ। ସେହିପରି +୩ର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ନିଜର ଭବିଷ୍ୟତକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ କ୍ୟାରିଅର କାଉନ୍ସିଲିଂ ଏବଂ ସିଭିଲ ସର୍ଭିସ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ବର୍ତ୍ତମାନ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁଙ୍କ ଗସ୍ତ ସମୟରେ ଚିତ୍ରକୋଣ୍ଡା ତହସିଲଦାରଟି ପଦ୍ମନାଭ ଦୋରା,କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment