କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଛାତ୍ରନେତା ଏକାଠି ।

ଭଞ୍ଜନଗର, ୨୩/୦୯(ପିପିଟି) : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ର ବହୁ ଛାତ୍ର ନେତାଙ୍କ ଉପସ୍ଥିତିରେ ସୋମବାର ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳା ଠାରେ ଏକାଠି ହୋଇ ଚଳିତ ବର୍ଷ ଏହି ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜିର ବୈଠକ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ଅଧିକ ଆକର୍ଷଣୀୟ ହୋଇ ପାରିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇଥିଲା।ବର୍ଷା ଯୋଗୁଁ ଅନେକ ଛାତ୍ର ନେତା ଆଜି ଉପସ୍ଥିତ ହୋଇ ନଥିବାରୁ ପରବର୍ତ୍ତୀ ବୈଠକ ଅକ୍ଟୋବର ୬ତାରିଖ ରବିବାର ଅପରାହ୍ନ ସମୟରେ ପୁଣିଥରେ ବନ ବିଭାଗ ଡାକ ବଙ୍ଗଳା ଠାରେ ହେବାକୁ ସ୍ଥିର କରାଗଲା। ଦଳମତ ନିର୍ବିଶେଷରେ ସମସ୍ତ ପ୍ରକାର ରାଜନୈତିକ ମତଭେଦ ଭୁଲି ସବୁ ପୁରାତନ ଛାତ୍ର ନେତା ଆଗାମୀ ଅକ୍ଟୋବର ୬ ତାରିଖ ବୈଠକ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ବିଧାୟକ ଶ୍ରୀ ନାୟକ କହିଛନ୍ତି। ସେହି ଦିନ ସବୁକିଛି ସ୍ଥିରୀକୃତ ହେବ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ନେତା, ସନ୍ତୋଷ ବେହେରା, ଚିଦାନନ୍ଦ ସ୍ୱାଇଁ, ପ୍ରମୋଦ ବିଷୋୟୀ, ବିକ୍ରମ ବିଷୋୟୀ,ଅରୁଣ ବେହେରା, ସମୀର ନାୟକ, ହର ପ୍ରସାଦ ଗୌଡ଼, ଗିରିଜା ଶଙ୍କର ଭୂୟାଁ, ରଞ୍ଜିତ ପାତ୍ର,ବିଶିକେଶନ ରାଉତ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment