ଭଞ୍ଜନଗର,୨୧/୦୬(ପିପିଟି);ଭଞ୍ଜନଗର ଥାନା ଅଧିନ ଦଦରା ଲୁଣ୍ଡା ପଞ୍ଚାୟତ ପଇତା ଗାଁ ମୁଖ୍ୟ ରାସ୍ତା କଡରେ ଥିବା ଏକ କଲଭର୍ଟ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ପଡି ରହିଛି। ମୃତ ଯୁବକ ଜଣକ ହେଉଛନ୍ତି କାଳିଆ ଗୌଡ଼। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଗତ ରାତିରେ କେହି ଦୁର୍ବୁତ୍ତ ଠେଙ୍ଗାରେ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅନୁମାନ କରାଯାଉଛି।ଖବର ପାଇ ଆଜି ସକାଳେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଛତ୍ରପୁର ରୁ ସାଇଣ୍ଟିଫିକ ଟିମ ଆସିବା ପରେ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଯିବ। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ମନେ ହେଉଥିଲେ ମଧ୍ୟ ହତ୍ୟାକାଣ୍ଡର କାରଣ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )