ଭଞ୍ଜନଗର,୨୫/୧୧(ପିପିଟି): ଭଞ୍ଜନଗର ସ୍ଥିତ ପଣ୍ଡିତ ଶ୍ରୀଧର ରଥ ଡ଼ିଏଭି ପବ୍ଲିକ ସ୍କୁଲ ପରିସରରେ କର୍ମଚାରୀ ଭବିଷ୍ୟନିଧି ଆଞ୍ଚଳିକ କାର୍ଯ୍ୟାଳୟ, ବ୍ରହ୍ମପୁର ତରଫରୁ ଇ-ନୋମିନେସନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭଞ୍ଜନଗର ସ୍ଥିତ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଯୋଗଦେଇ ଇ-ନୋମିନେସନ ର ଉପାଦେୟତା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଞ୍ଚଳିକ ଭବିଷ୍ୟନିଧି କମିଶନର ପ୍ରଭୁଦର ପୃଷ୍ଟି ଇ-ନୋମିନେସନ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସହାୟକ ଭବିଷ୍ୟନିଧି ସଞ୍ଜୟ କୁମାର ରଥ,ପ୍ରବର୍ତ୍ତନ ଅଧିକାରୀ ପ୍ରଭାତ କୁମାର ମହାରଣା ଓ ଅକ୍ଷୟ କୁମାର ବେହେରା ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପେନଶନ ଓ ମୃତ୍ୟୁକାଳୀନ ଭବିଷ୍ୟନିଧି ସୁବିଧା ପାଇଁ ଇ-ନୋମିନେସନ ନିତ୍ୟାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରାଯାଇଥିଲା । ଏହି ଶିବିରରେ ଇ-ନୋମିନେସନ ର ପ୍ରକ୍ରିୟା ଏକ କମ୍ପୁଟର ସହାୟତା ରେ ସମସ୍ତ ଅଂଶଗ୍ରହଣକାରି ସଂସ୍ଥା ର ପ୍ରତିନିଧି ମାନଙ୍କୁ ଶିବିରରେ ପ୍ରଶିକ୍ଷିତ କରାଯାଇଥିଲା । ଡ଼ିଏଭି ସ୍କୁଲର ଅଧକ୍ଷ ବାସୁଦେବ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ଭବିଷ୍ୟନିଧି କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ପଞ୍ଜିକୃତ ସଂସ୍ଥା ଓ ଇପିଏଫ ସଦସ୍ୟ ମାନଙ୍କୁ ତୁରନ୍ତ ଇ-ନୋମିନେସନ କରିବା ପାଇଁ ନିବେଦନ କରାଯାଇଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )