ପଦ୍ମପୁର,୨୭/୦୯(ପିପିଟି);ପଦ୍ମପୁର ସହର ରୁ ଅନତିଦୂରରେ ଥିବା ବୁବୁଡା ଗ୍ରାମର ବାଟ୍ କଢ଼ୁଆଲ ତଥା ଏସ୍.ଏମ୍ କ୍ରିଏସନ୍ ପକ୍ଷରୁ କୋଭିଡ-୧୯ କୁ ଦୃଷ୍ଟି ରେ ରଖି ବୁକୁରାମୁଣ୍ଡା ସ୍ଥିତ ଏକ ଶାନ୍ତ ପରିବେଶ ରେ ସୃଷ୍ଟି ହୋଇଥିବା ମହିମା ଅଲେଖ ଆଶ୍ରମ ଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛିାକବିତା ଆସର ପୂର୍ବରୁ ବାଟ୍ କଢ଼ୁଆଲ ର ବାର୍ଷିକ ବିଶେଷାଙ୍କ ପାଇଁ ପ୍ରସ୍ତୁତି ବୈଠକ ପରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ସର୍ବସମ୍ମତି କ୍ରମେ ସଭାପତି ନିରଂଜନ ତ୍ରିପାଠୀ ସାମ୍ବାଦିକ ତଥା ଲେଦା ର ସଂପାଦକଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ସଂପାଦକ- ସୁରେନ୍ଦ୍ର ମେହେର, ପୈଲସ୍ତ୍ୟ ସାହା,ସହ ସଂପାଦକ- ରମାକାନ୍ତ ସାହୁ, ଦେବୀପ୍ରସାଦ ଭୋଇ,ଜୟଶ୍ରୀ ମେହେର, ପରିଚାଳନା ସଂପାଦକ ଭାବେ-ଚନ୍ଦନ ସାହୁ,ସୁମିତ ଦାନୀ ଓ କୋଷାଧ୍ୟକ୍ଷ ଭାବେ -କିଶୋର ଦାଶ ନିର୍ବାଚିତ ହୋଇଥିଲେ । ପରେ କବିତା ଆସର ସୁରେନ୍ଦ୍ର ମେହେର ଏବଂ ପୈଲସ୍ତ୍ୟ ସାହା ଙ୍କ ସଂଯୋଜନାରେ ଚନ୍ଦନ ସାହୁ,ଉତ୍ତମା ପ୍ରଧାନ ପୈଲସ୍ତ୍ୟ ସାହା ପ୍ରଭୂ ମହିମା ଅଲେଖ ଙ୍କ ଉପରେ ଆଧାରିତ ସ୍ୱରଚିତ ଭଜନ କବିତା ମାନ ପାଠ କରାଯାଇଥିଲାା କୋଭିଡ-୧୯ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରେ ବସି ଭକ୍ତଗଣ ଭଜନ ଶୁଣି ବହୁ ଖୁସି ହୋଇଥିଲେ । ଏଭଳି ପଥପ୍ରାନ୍ତେ ସାମାଜିକ ଦୂରତାରଖି ବିଭିନ୍ନ ସ୍ଥାନରେ ଆଗାମୀ ଦିନ ଗୁଡିକ ରେ କବିତା ପାଠ୍ୟଚକ୍ର ମାନ ଅନୁଷ୍ଠିତ ହେବ ବୋଲି ବାଟକଢ଼ୁଆଲ ର ସଂପାଦକ ସୁରେନ୍ଦ୍ର ମେହେର ଙ୍କ ଠାରୁ ପ୍ରକାଶ । ଶେଷରେ ସମସ୍ତେ ମିଶି ମହିମା ଆଶ୍ରମର ପରିବେଶ ସଫା ସୁତୁରା କରିଥିଲେ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)