କର୍ପୋରେଟ ହଟାଅ-କୃଷି ଓ କୃଷକ ବଞ୍ଚାଅ ଆହ୍ୱାନରେ ବନ୍ଦ ଡାକରା

ରାୟଗଡା,୨୬/୧୧(ପିପିଟି); ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କୃଷିବିଲ ପ୍ରତ୍ୟାହାର ଦାବି ନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଭାରତ ବନ୍ଦ ଡାକରାରେ ବନ୍ଦ ପାଳନ କରାଯାଇଛି। ଦେଶର ୧୦ଗୋଟି ଟ୍ରେଡ଼ ୟୁନିଅନ ଏବଂ ୩୦ଗୋଟି ଛାମୁଆ ସଂଘଟନ ଏହି ବନ୍ଦ ପାଳନରେ ସମିଲ ହୋଇଛନ୍ତି। ସେମାନଙ୍କ ୨୫ଗୋଟି ଦାବୀ, ସାଧାରଣ ବଣ୍ଟନକୁ ସୁଲଭ କରିବା, ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ସମସ୍ତ ସରକାରୀ ସୁବିଧା ସବୁ ବର୍ଗର ଚାଷୀଙ୍କୁ ଦେବା,ସମ୍ପୂର୍ଣ୍ଣ ସରକାରୀ ଓ ବେସରକାରୀ ଋଣଛାଡ଼, ବିଦୂତ ସଂଶୋଧନ ବିଲ ପ୍ରତ୍ୟାହାର, ଫସଲ ବୀମା ପ୍ରଦାନ, ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର, ମୁକ୍ତ ବାଣିଜ୍ୟ ରାଜିନାମା ବାତିଲ, ମନରେଗା ଯୋଜନାରେ ୨୦୦ ଦିନର କାମ ସହିତ ୭୦୦ଟଙ୍କା ମଜୁରୀ,କରୋନା ମହାମାରୀ ସମୟ ପାଇଁ ପ୍ରତ୍ୟେକ ପରିବାରକୁ ୭୫୦୦ଟଙ୍କା ମସିକ ପ୍ରଦାନ ଓ ୧୦କଜି ଚାଉଳ କିମ୍ବା ଗହମ ମୁଣ୍ଡପିଛା,୨୦୦୬ ଜଙ୍ଗଲ ଜମି ଆଇନକୁ ସୁରକ୍ଷିତ ରଖିବା,ଭୂମି ହୀନଙ୍କୁ ଜମି ,ବାସ ହୀନଙ୍କୁ ବାସଗୃହ ଏବଂ ଘରଡିହଙ୍କୁ ପଟ୍ଟା ପ୍ରଦାନ,ପଂଜାବ ସରକାର ଭଳି କୃଷିନୀତି ଏବଂ କେରଳ ସରକାରଙ୍କ ୧୬ଟି ପରିବାକୁ ଏମଏସପି ରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ।ଦେଶର ୬୦ଭାଗ ଜନ ସାଧାରଣ କୃଷିକ୍ଷେତ୍ରରେ ଜୀବିକା ନିର୍ବାହ କରୁଥିବା ବେଳେ, ସରକାରଙ୍କ କୃଷକ ମାରଣ ନୀତି ଚଳିବ ନାହିଁ, ଯଦି ଦାବୀ ଗୁଡ଼ିକ ପୂରଣ ନ ହୁଏ ଆଗାମୀ ଦିନରେ ସଂଗ୍ରାମକୁ ଜୋରଜାର କରିବାକୁ ଚେତାବନୀ ଦେଇଛନ୍ତି। ଦେଶର ୩୦୦ଗୋଟି କୃଷକ ସଂଘଟନ ସାରା ଦେଶରେ ଧାରଣା ଏବଂ ବିକ୍ଷୋଭ ଜାରି ରଖିଥିବା ବେଳେ ,ଏହି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଗଣପତି ତୋଇକାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଚାଲିଥିବା ବେଳେ ଜିଲ୍ଲା କମିଟି ସଭ୍ୟ ସଦାନନ୍ଦ ଲିମା, ମୁକୁନ୍ଦ ଶବର, ବିଧୁ ଶବର, ମାଝୀ ଶବର ଏବଂ ଗୋପାଳ ନିମଲାଙ୍କ ସହଯୋଗରେ ଏହି ବନ୍ଦ ପାଳିତ ହୋଇଯାଇଛି।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment