କରୋନା ସଂକ୍ରମଣ ରୋକିବା ଲାଗି କୋଦଳା ତହସିଲଦାରଙ୍କ ଇସ୍ତାହାର ।

କୋଦଳା,୧୩/୧୧(ପିପିଟି); ମହାମାରୀ କରୋନା ପାଇଁ ଗଂଜାମ ଜିଲ୍ଲାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ ନିଷେଧ କରିବା ସହ ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହା ସହ ମନ୍ଦିର ଖୋଲାଯାଇଥିଲେ ସମ୍ପୃକ୍ତ ମନ୍ଦିରର ପୂଜକ ନାମରେ ମାମଲା ରୁଜ୍ଜୁ କରାଯିବ ବୋଲି ମଧ୍ୟ କହିଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଅବନୀ କୁମାର ସାହୁ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଇସ୍ତାହାର ଜାରି କରିଛନ୍ତି । ଅଞ୍ଚଳର ସମସ୍ତ ମନ୍ଦିର କମିଟି ମାନଙ୍କୁ ନେଇ ଏକ ବୈଠକ କରି କୋଭିଡ କଟକଣା ଅନୁଯାଇ କାର୍ଯ୍ଯ କରିବା ସହିତ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ ।ଧର୍ମାନୁଷ୍ଠାନ ଖୋଲା ରଖିବା ଆଉ ଭକ୍ତ ଓ ଜନ ସମାଗମ ଉପରେ କଟକଣା ଜାରି କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ମଧ୍ୟ ଦର୍ଶାଇଛନ୍ତି । ଏହା ସହ ମନ୍ଦିର ନୀତିକାନ୍ତି ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ ଓ ମନ୍ଦିର ଖୋଲା ନ ରଖିବାକୁ ଅନୁରୋଧ କରିଛନ୍ତି ।କାର୍ତ୍ତିକ ମାସ ତଥା ପାର୍ବଣ ଋତୁ ଚାଲୁଥିବାରୁ କରୋନାର ଦ୍ୱିତୀୟ ଲହରୀର ସମ୍ଭାବନାକୁ ଦୃଷ୍ଟିରେ ରଖି ସର୍ତକ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment