କରୋନା ମହାମାରୀରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ ।

ବରଗଡ,୨୧/୦୭(ପିପିଟି); ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ କରୋନା ମହାମାରୀରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକ ପ୍ରିୟଦର୍ଶି ପଟ୍ଟନାୟକ ଏବଂ ସି ଏଚ ରତ୍ନମଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅତାବିରା ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଏବଂ ସ୍ବତନ୍ତ୍ର ଅତିଥି ଭାବେ ଅତାବିରା ତହସିଲଦାର ହୃଦାନନ୍ଦ ଅର୍ଡା ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ଆଶୁତୋଷ ରଥ ପ୍ରମୁଖ ଯୋଗଦେଇ କରୋନା ମହାମାରୀ ସମୟରେ ସାମ୍ବାଦିକ ମାନଙ୍କର ଅବଦାନ ଅତୁଳନୀୟ  , ସେମାନେ ନିର୍ଭିକତାର ସହ କରୋନାକୁ ଭୃକ୍ଷେପ ନକରି ସମାଜର ଅଗ୍ରଗତି ଦିଗରେ ସହାୟକ ହୋଇ ନିଜର କର୍ତ୍ତବ୍ୟ ସଂପାଦନ କରୁଥିବାରୁ ଅତିଥିମାନେ ତାଙ୍କୁ ସାଧୁବାଦ ଜଣାଇ ଥିଲେ । ଏହି ଅବସରରେ ସହ ସଂପାଦକ ନବୀନ ଦାଶ  ଅତିଥି ମାନଙ୍କୁ  ସ୍ବାଗତ କରିଥିବା ବେଲେ ଏହି କାର୍ଯ୍ୟକ୍ରମରେ   କୃଷ୍ଣଚନ୍ଦ୍ର ପ୍ରଧାନ , ଅଜିତ କୁମାର ପତି , ବେଣୁଧର ମିଶ୍ର , ଅନୁସୂୟା ଦେବତା ଏବଂ ଅରୁପ ସୁପକାରଙ୍କୁ କରୋନାଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକଙ୍କ ସ୍ମୃତିରକ୍ଷା ପାଇଁ ପାଞ୍ଚଗୋଟି ବୃକ୍ଷ ରୋପଣ କରାଯାଇଥିଲା। ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ  , ବରଗଡ ଜିଲ୍ଲା ଶାଖାର ଜଗବନ୍ଧୁ ସାହୁ , ଜନକରାମ ଦାଶ ,  ଆକାଶ ଦାଶ, ଭବାନୀ ଶଙ୍କର ପାଢୀ , ଦିଲ୍ଳିପ ଦାଶ , ସଂଜିବ ଲୁହା , ଚୈତନ୍ୟ ବାଗ , ବଳରାମ ତ୍ରୀପାଠୀ , ମହେଶ୍ବର ମେଲ୍ଲୀ , ସଂଜୀବ ଜେସଓ୍ବାଲ କ୍ଷୀରୋଜ ନାୟକ , ଧରଣୀଧର ବାରିକ ପ୍ରମୁଖ  ତିରିଶ ଜଣ ସାମ୍ବାଦିକ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ପରମାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment