କରୋନା ପୁନଃ ସଂକ୍ରମଣ ଆଶଙ୍କାରେ ଲୋକଙ୍କୁ ସଚେତନ କଲା କୋଦଳା ପ୍ରଶାସନ ।

କୋଦଳା,୦୯/୧୧(ପିପିଟି); ଶୀତ ଦିନରେ ମହାମାରୀ କରୋନା ର ପୁନଃ ପ୍ରଶାସନ ର ଆଶଙ୍କା ଦେଖାଦେଇଥିବାରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ଯକ୍ଷ୍ଯ ତତ୍ଵାବଧାନ ତଥା ତହସିଲଦାର ଅବନୀ କୁମାର ସାହୁଙ୍କ ସହଯୋଗ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ , କୋଦଳା ଥାନା ସବ ଇନିସପେକ୍ଟର ଆରତୀ ପରିଡା ତହସିଲ କର୍ମକର୍ତ୍ତା , ଅଙ୍ଗନୱାଡି କର୍ମୀ /ସହାୟିକା ଏନ୍ଏସି କର୍ମକର୍ତ୍ତା ସମେତ ୱାର୍ଡ ଅଫିସର , ସ୍ୱଚ୍ଛସାଥି , କୋଭିଡ୍ ମନିଟର ସମେତ ବହୁ ସମାଜସେବୀ ସାମାଜିକ ଦୂରତ୍ୱ ଓ କୋଭିଡ କଟକଣାକୁ ପାଥେୟ କରି ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଏନ୍ଏସି କାର୍ଯ୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରି କରୋନା ହାରିବ କୋଦଳା ବଞ୍ଚିବ , କରୋନାହାରିବ ଆମେ ଜିତିବା , ମାସ୍କ ପିନ୍ଧନ୍ତୁ ,ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସର୍ବ ସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ , ସାବୁନ ରେ ଭଲଭାବେ ହାତ ଧୁଅନ୍ତୁ ,ଶୀତ ଦିନ ପ୍ରତି ଜାଗ୍ରତ ରୁହନ୍ତୁ ଏପରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ । ଏନ୍ଏସି କାର୍ୟାଳୟ ଠାରୁ ବାହାରି ପିଡବ୍ଲ୍ଯୁଡି ମୁଖ୍ଯରାସ୍ତା ଦେଇ ବସଷ୍ଟାଣ୍ଡ ,ଚାରିଛକ , ଦଣ୍ଡୀଶ୍ଵର ଛକ , ପୁରୁଣା ବଜାର ହୋଇ ପୂଣି ଏନଏସି କାର୍ୟାଳୟରେ ପହଞ୍ଚି ଥିଲେ ।ସ୍ଥାନେ ସ୍ଥାନେ ଡାକବାଜି ଯନ୍ତ୍ର ଦ୍ଵାରା ତହସିଲଦାର ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା ।

Comments (0)
Add Comment