କରୋନା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା ଫିକା।

କେନ୍ଦ୍ରାପଡା,୦୧/୧୧(ପିପିଟି); କେନ୍ଦ୍ରାପଡା ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା କରୋନା ପାଇଁ ଏ ବର୍ଷ ଫିକା ପଡିଯାଛି । ପ୍ରତି ବର୍ଷ ପରି ଏ ବର୍ଷ ବିଭିନ୍ନ ପୂଜା ମଣ୍ଡପରେ ମା ଦେବୀ ଏବଂ ଅନ୍ୟାନ୍ୟ ପ୍ରତିମୃତ୍ତିମାନଙ୍କର ସଂଖ୍ୟା କମିବାର ଲକ୍ଷ୍ୟ କରାଯାଉଛି । ଲୋକଙ୍କର ସଚେତନତା ହେଉ କିମ୍ବା ଆଥିର୍କ ଅବସ୍ଥାର ଅବନତି ଯୋଗୁ ହେଉ ପୂଜା ବଜାର ପୁରା ଫିକା ପଡିଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନେବା ଯୋଗୁ ପୂଜା ମଣ୍ଡପରେ କିଛି ସେବାୟତ ବେତିତ ଅନ୍ୟ ଭକ୍ତ ଦେଖିବାକୁ ମିଳୁନାହିଁ ।ଯାହା ସାଧରଣରେ ପୋଲିସ ପ୍ରଶାସନକୁ ଶାବାସୀ ଦେବା ସହିତ ଶୁଙ୍ଖଳିତ ଭାବରେ ଯେପରି ଭାଷଣୀ ହୋଇ ପାରିବ ସେଥି ପ୍ରତି ଯନ୍ତ୍ରଶୀଳ ହେବା ଉଚିତ ବୋଲି ସାଧାରଣାରେ ମତପ୍ରକାଶ ପାଇଛି ।

(ରିପୋର୍ଟ- ରବୀନ୍ଦ୍ର କୁମାର ପାତ୍ର। )

Comments (0)
Add Comment