କରୋନା ଛଡେଇ ନେଲା ବ୍ୟବସାୟ: ସାବିତ୍ରୀ ଓ ରଜ ଫିକା ।

ଭଞ୍ଜନଗର,୦୨/୦୬(ପିପିଟି); ଆଗକୁ ଆସୁଛି ସାବିତ୍ରୀ ଅମାବାସ୍ୟା ଓ ରଜ ପର୍ବ।ଏହାକୁ ଆମ ରାଜ୍ୟରେ ବେଶ ଧୁମଧାମ ସହକାରେ ପାଳନ କରା ଯାଇଥାଏ। ହେଲେ ଚଳିତ ବର୍ଷ ଏସବୁ ପର୍ବ ପର୍ବାଣୀର କୌଣସି ବିଶେଷ ମହତ୍ଵ ନାହିଁ। କରୋନା କଟକଣା ଲାଗି ଦୋକାନ ବଜାର ବନ୍ଦ ଯୋଗୁଁ ବହୁ ବ୍ୟବସାୟୀ କ୍ଷତି ସହିବା ସହ ଦୁଃଖ କଷ୍ଟରେ ଚଳୁଛନ୍ତି।ବିଶେଷ କରି ଏହି ସମୟରେ ମହିଳା ଓ ଝିଅ ମାନେ ନୂଆ ଲୁଗା ଓ ଡ୍ରେସ କିଣିବା ପାଇଁ ସପିଙ୍ଗ ମଲ,ଲୁଗା ଦୋକାନ,ଡ୍ରେସ ଦୋକାନ ସମେତ ଲେଡିସ କର୍ଣ୍ଣର, ପାର୍ଲର,ଷ୍ଟେସନେରୀ ଓ ଜୋତା ଦୋକାନରେ ଭିଡ଼ ଜମେଇଥାନ୍ତି।ଯାହା ଫଳରେ ବ୍ୟବସାୟୀମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର ଆଶାରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ଭଳି କି ଭଳି ନୂଆ ନୂଆ ରଙ୍ଗ ଓ ଡିଜାଇନର ବିଭିନ୍ନ ସାମଗ୍ରୀ ଆଣି ତାହାକୁ ସଜେଇ ରଖିଥାନ୍ତି। ହେଲେ ଗତ ଦୁଇ ବର୍ଷ ହେଲା କରୋନା ପ୍ରଭାବରେ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଚଳିତ ବର୍ଷ ଜୁନ ମାସ ୧ତାରିଖ ଠାରୁ କଟକଣା କୋହଳ ହୋଇ ସବୁକିଛି ସ୍ୱାଭାବିକ ଭାବରେ ଚାଲିବ ବୋଲି ମଧ୍ୟବିତ୍ତ, ଗରିବ ଓ ବ୍ୟବସାୟୀ ମାନେ ଆଶା ରଖିଥିବା ବେଳେ ପୁଣିଥରେ କରୋନା ସଂକ୍ରମଣ ହ୍ରାସ କରିବା ଓ ସାବିତ୍ରୀ ଏବଂ ରଜ ଭଳି ପର୍ବରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସରକାର ତୃତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିବା ଫଳରେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି।ଗତବର୍ଷ ଠାରୁ ବିଭିନ୍ନ ପର୍ବ ପର୍ବାଣୀ, ସାମାଜିକ କାର୍ଯ୍ୟ, ସଭା ସମିତି,ଭୋଜି ଭାତ,ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଏବେ ରୋଜଗାର ହରାଇ ଅନ୍ୟ ଉପରେ ନିର୍ଭର କରି ଚଳୁଛନ୍ତି। କେବେ ଫେରିବ ପୁବାବସ୍ଥା ସେହିଦିନକୁ ସମସ୍ତେ ଉତ୍ସଛୁକତାର ସହ ଅପେକ୍ଷା କରି ରହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment