ବାଲିଗୁଡ଼ା,୦୮/୦୬(ପିପିଟି):ଦୀର୍ଘ ଦିନ ଧରି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ବିଶେଷ କରି ଗରିବ ଖଟିଖିଆ ତଥା ଦିନ ମଜୁରିଆ ପରିବାର ଲୋକେ ବିଶେଷ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ଏଫ/ କମ୍ପାନୀ ଏବଂ ଏଚକ୍ୟୁ/୧୨୭ ବାଟାଲିୟନ ସିଆରପିଏଫ ଯବାନ ମାନଙ୍କ ତରଫରୁ ଏକ ବଳିଷ୍ଠ ପଦକ୍ଷେପ ନେଇ ସମସ୍ତେ ଏକତ୍ରିତ ହୋଇ ନିଜସ୍ୱ ଅର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଡାଲି, ପିଆଜ, ଲୁଣ, ସାବୁନ, ମାସ୍କ, ଓ ସାନିଟାଇଜର ଭଳି ବିଭିନ୍ନ ସାମଗ୍ରୀ କିଣିଥିଲେ। ଏହି ସବୁ ସାମଗ୍ରୀ ଗୁଡିକୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡୁରୁକିଆ ଗ୍ରାମର ୫୦ ପରିବାରକୁ ବଣ୍ଟନ କରାଯାଇଛି। ଏଥିରେ ୨୫୨ ଗରୀବ ଅସହାୟ ଲୋକ ଉପକୃତ ହୋଇପାରି ଥିବାରୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି । କମାଡେଣ୍ଟ ଆନନ୍ଦ ଝା କହିଛନ୍ତି ଯେ, ଏହି ଭଳି କାର୍ଯ୍ୟକ୍ରମ ଭବିଷ୍ୟତରେ ଜାରି ରହିବ ଯାହା ଫଳରେ ଜନତା ଏବଂ ସିଆରପିଏଫଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିପାରିବ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)