କରୋନା କଟକଣା ମଧ୍ୟରେ କୁଆଁରୀ ପାଳିଲେ ରଜ,ଟିକିଏ ବି ନାହିଁ ରଜମଉଜ।

ରାୟଗଡା,୧୫/୦୬(ପିପିଟି);ରାୟଗଡା ଜିଲ୍ଲା ବିଷମକଟକର କୁଆଁରୀ ଝିଅମାନେ ସଜବାଜ ହୋଇ ଦୋଳି ଖେଳିବା ରଜ ପାଳନ କରିଛନ୍ତି। ଏମାନଙ୍କ ସହ ଜନ ସାଧାରଣ ମଧ୍ୟ ଏହି ରଜର ମଜା ନେଇଥାନ୍ତି। ଚଳିତ ବର୍ଷ କରୋନାର କଟକଣା ମଧ୍ୟରେ ଓ ଝିପିଝିପି ବର୍ଷା ମଧ୍ୟରେ କିଛି କୁଆଁରି ଝିଅ ମାନେ ରଜ ମଉଜର ମଜା ନେଉଥିବା ଦେଖିବାକୁ ମିଳିଛି। ଆଜି ହାଟମୁନିଗୁଡା ଅଂଚଳରେ କାଁ ଭାଁ କିଛି ପରିବାରର ଝିଅ ମାନେ ପୋଡ଼ ପିଠା ଖାଇ ଝିପି ଝିପି ବର୍ଷାରେ ଭିଜି କରୋନା କଟକଣା ମଧ୍ୟରେ ଦୋଳିର ମଜା ନେଉଥିବା ବେଳେ ଗଛ ଡାଳରେ ବନ୍ଧା ଯାଇଥିବା ଦୋଳିର କଟକଟ ଶବ୍ଦ ସାଙ୍ଗକୁ ରଜପାନ ଖାଇ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜଲୋ ଘେନି ନୂଆ ସଜବାଜର ପାରମ୍ପରିକ ସଙ୍ଗୀତ ଲୋକଙ୍କ ମନ ମୋହିଛି।ମୋଟା ମୋଟୀ ଉପରେ କହିବାକୁ ଗଲେ ଚଳିତ ବର୍ଷର ରଜ ପାଳନ କରିଥିବା ଲୋକଙ୍କ ମନଭିତରେ ଆନନ୍ଦ ଦେଖିବାକୁ ମିଳୁନାହିଁ। କରୋନା ପ୍ରଭାବରେ ବହୁତ ପରିବାର ଛିନଭିନ ହୋଇଯାଇଛି। କିଛି ପରିବାର ଆତ୍ମୀୟସଦସ୍ୟଙ୍କୁ ହରାଇଥିବା ଦୁଃଖରେ ରଜମଉଜ ଆନନ୍ଦ ପରିବର୍ତ୍ତେ ବିଷାଦ ଭରି ଦେଇଛି।

(ରିପୋର୍ଟ – ନବୀନ ନାୟକ ବେହେରା। )

Comments (0)
Add Comment