ହିଞ୍ଜିଳିକାଟୁ,୦୭/୦୪(ପିପିଟି); କରୋନା ମହାମାରୀର ଦ୍ଵିତୀୟ ଲହର କାୟା ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଆଜି ହିଞ୍ଜିଳି ପୁଲିସ ଥାନା ପକ୍ଷରୁ ଆଇଆଇସି ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୁଲିସ ବାହିନୀ ଦ୍ବାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ପୁଲିସ ବାହିନୀ କରୋନା ସଚେତନତା ସୃଷ୍ଟି ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହର ପରିକ୍ରମା କରିଥିଲେ । ଡ଼ାକବାଜି ଯନ୍ତ୍ର ଦ୍ବାରା ଥାନା ଅଧିକାରୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା କୋଭିଡି ୧୯ ଗାଇଡ଼ଲାଇନ ମାନିଚଳିବା ପାଇଁ ଅନୁରୋଧ କରିଥିଲେ । ଗତ ପୂର୍ବ ବର୍ଷ ପରି ଯେଉଁସବୁ ନିୟମ ଅନୁଯାୟୀ ହିଞ୍ଜିଳିକାଟୁ ସହରବାସୀ ଓ ବ୍ଯବସାୟ ଅନୁଷ୍ଠାନ ପାଳନ କରି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ବ୍ୟବହାର କରିଥିଲେ ସେହିପରି ଚଳିତବର୍ଷ ମାନିଚଳିବାର ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ବିଭିନ୍ନ ଛକ, ବଜାର ଓ ଜନଗହଳି ସ୍ଥାନ ମାନଙ୍କରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ସାବୁନ ଦ୍ୱାରା ହାତ ସଫା କରିବା, କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା, ଜନଗହଳି ନକରିବା ପ୍ରଭୃତି ବିଷୟରେ ସଚେତନତା କରାଇଥିଲେ। ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ଅଞ୍ଚଳରେ ଏହିପରି ଜନସଚେତନତା କରିବା ସ୍ୱତ୍ତେ ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତେବେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ନିଜକୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ସହ ଆର୍ଥିକ ଦଣ୍ଡରୁ ମୁକ୍ତି ପାଇବା ପାଇଁ ସମସ୍ତେ କରୋନା କଟକଣା ନିୟମ ମାନି ଚାଲିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।
(ରିପୋର୍ଟ – ସାନ୍ତନୁ କୁମାର ବେହରା ।)