କରୋନାରେ କରୋନା ଯୋଦ୍ଧା ତଥା ଅଙ୍ଗନୱାଡି କର୍ମୀଙ୍କ ମୃତ ।

ବେଲଗୁଣ୍ଠା,ତା-୦୮/୧୦(ପିପିଟି), ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ଜଣେ ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ ଘଟିଛି । କର୍ମୀ ଜଣଙ୍କ ହେଲେ ବେଲଗୁଣ୍ଠା ବ୍ଲକ ବଡବୋର୍ସିଣ୍ଗ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ପ୍ରିୟଙ୍କା ପ୍ରଧାନ । ପ୍ରିୟଙ୍କା ବେଲ୍ଲଗୁଣ୍ଠା ନିକଟ ବାଣତୂମ୍ବରେ ବିବାହ କରିଥିଲେ । ସ୍ଵାମୀଙ୍କ ସହ ମତାନ୍ତର ପରେ ନିଜ ଦୁଇ ଝିଅକୁ ଧରି ସେ ଅଲଗା ରହୁଥିଲେ । ମା କୁ ହରାଇ ଦୁଇ ଛୋଟ ଝିଅ ବେ ସାହାରା ହେଇଜାଇଛନ୍ତି । ତାଙ୍କ ବୟସ ୩୫ ହୋଇଥିବା ବେଳେ ତାଙ୍କର ଛୋଟ ଛୋଟ ଦୁଇଟି ଝିଅ ଥିବା ଜଣାପଡିଛି ।ସେ ଗତ ଦଶ ବର୍ଷ ଧରି ବେଲଗୁଣ୍ଠା ବ୍ଳକରେ ଅଙ୍ଗନୱାଡି କର୍ମୀ ଭାବେ ନିୟୋଜିତ ଥିଲେ । ଗତ ସେପ୍ଟେମ୍ବର ମାସ ୭ ତାରିଖରେ ଦେହ ଅସୁସ୍ଥ ହେବାରୁ ନିଜର ପରୀକ୍ଷା କରାଇଥିଲେ । ୯ ତାରିଖ ଦିନ ରିପୋର୍ଟରେ ସେ କରୋନା ସଂକ୍ରମିତ ଥିବାର ଜଣାପଡିଥିଲା । ଚିକିତ୍ସା ପାଇଁ ସେ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲକୁ ଯାଇ ଚିକିତ୍ସା କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ସହଯୋଗ ମିଳିନଥିଲା , ଗତକାଲି ସେ ଅଧିକ ଗୁରୁତର ହୋଇପଡିଥିଲେ ଏବଂ ଆଜି ସକାଳ ୯-୦୫ ରେ ତାଙ୍କର ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ବ୍ଳକ ଅଙ୍ଗନୱାଡି କର୍ମୀ ତଥା ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ବେଲଗୁଣ୍ଠା ବ୍ଳକ ଅଙ୍ଗନୱାଡି ସଂଘ ସଭାପତି କବିତା ସାହୁ,ଉପଦେଷ୍ଟା ତଥା ଜଣାଶୁଣା ସମାଜ ସେବୀ କେ.ରବୀନ୍ଦ୍ର କୁମାର ପାତ୍ର,ଅନ୍ୟତମ ଉପଦେଷ୍ଟା ତଥା ବେଲ୍ଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ପ୍ରିୟଙ୍କା କରୋନା ଯୁଦ୍ଧରେ ନିୟୋଜିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହେଇ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ତେଣୁ ସରକାର ତାଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଦାବି କରିଛନ୍ତି । (ରିପୋର୍ଟ – ଶିବରାମ ଚୌଧୁରୀ ।)

Comments (0)
Add Comment