ମାଲକାନଗିରି,ତା:୨୪/୦୯(ପିପିଟି); ମୋଟୁ ତହସିଲ ଅଧିନରେ କାର୍ଯ୍ଯରତ ରାଜସ୍ବ ନିରୀକ୍ଷକ କବିରାଜ ଜେନାଙ୍କ କରୋନାରେ ଭୁବନେଶ୍ବର ରାଜଧାନୀ ହସପିଟାଲରେ ମୃତ୍ୟୁ ବରଣ କରିଥିବା କୁହା ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ କବିରାଜ ଜେନା ମୋଟୁ ତହସିଲରେ ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ଯ କରି ଆସୁଥିବା ବେଳେ ସପରିବାରେ ମାଲକାନଗିରି ସଦର ମହକୁମାସ୍ଥିତ ୧୧୯ କଲୋନୀରେ ରହୁଥିଲେ ସପ୍ତାହ ବ୍ଯାପି ତାଙ୍କୁ ଜ୍ବର ହେବା ଯୋଗୁଁ ମାଲକାନଗିରି ହସପିଟାଲରେ ଚ୍କିତ୍ସିତ ହେଉଥିଲେ ।ସେ ସ୍ବାବ ପରୀକ୍ଷା କରେଇଥିଲେ ମଧ୍ଯ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ମାତ୍ର ତାଙ୍କର ଜ୍ବର ନଛାଡିବାରୁ ସେ ଭୁବନେଶ୍ବର କୌଣସି ହସପିଟାଲରେ ଚିକିତ୍ସା ଲାଗି ୨୨ ତାରିଖ ଦିନ ସପରିବାରେ ନିଜ ଗ୍ରାମ ନୟାଗଡକୁ ଯାଇଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ଯ ଅବସ୍ଥା ଭୀଷଣ ଖରାପ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ବର ରାଜଧାନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ କାଲି ରାତିରେ ସେ ଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କଲା ପରେ ଦୋହନ୍ତ ହୋଇଯାଇଥିଲା । କବିରାଜ ଜେନା ୧୯୬୭ରେ ନୟାଗଡରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୫/୬/୧୯୯୯ ରେ ଅମିନ ଭାବରେ ମାଲକାନଗିରି ଜିଲ୍ଲାରେ ଚାକିରୀରେ ଯୋଗ ଦେଇଥିଲେ । ୨୦୧୧ ମସିହାରେ ରାଜସ୍ବ ନିରୀକ୍ଷକ ଭାବେ ପଦୋନ୍ନତି ପାଇଥିଲେ । ବର୍ତ୍ତମାନ ମୋଟୁ ତହସିଲରେ କାର୍ଯ୍ଯପତ ଥିଲେ ।ତାଙ୍କର ବିୟୋଗରେ ମୋଟୁ ତହସିଲରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ଜେନାଙ୍କ ସହଧର୍ମଣୀଙ୍କ ସହ ଦୁଇ ଜଣ କନ୍ଯା ସନ୍ତାନ ଥିବା ଜଣା ପଡିଛି । ତାଙ୍କର ବଡ ଭାଇ ଦୀନବନ୍ଧୁ ଜେନା ଅବସର ପ୍ରାପ୍ତ ରାଜସ୍ବ ସିପରଭାଇଜର । ସାନ ଭାଇ କବିରାଜଙ୍କ ମୃତ୍ୟୁ ଖବର ପାଇ ବଡ ଭାଇ ଦୀନବନ୍ଧୁ ଜେନା ମାଲକାନଗିରିରୁ ଭୁବନେଶ୍ବର ଅଭିମୁଖେ ସକାଳେ ଯାତ୍ରା କରିଥିବା ସୂଚନା ମିଳିଛି । ତାଙ୍କର ମୃତ୍ୟୁରେ ସଦର ମାଲକାନଗିରି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି !ସେ ଜଣେ ମେଳାପୀ ଏବଂ ମିଷ୍ଠଭଷୀ ବ୍ଯକ୍ତି ବିଶେଷ ଥିଲେ । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)