କମିବାରେ ଲାଗିଛି ଗୁଣ୍ଡୁଚି ମୂଷା; ଚିନ୍ତାରେ ପରିବେଶବିତ୍।

ବୋଲଗଡ଼,୦୧/୦୨(ପିପିଟି): ଗୁଣ୍ଡୁଚି ମୂଷା ଏକ ସରିସୃପ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ ଅଟେ।ପାଠ୍ୟ ପୁସ୍ତକ ଅନୁସାରେ ବିଶ୍ଵରେ ମୋଟ ୨୮୫ପ୍ରଜାତିର ଗୁଣ୍ଡୁଚିମୂଷା ଦେଖାଯାଏ। ୩୦ମିଟର ଉଚତା ଉପରୁ ଖସିପଡିଲେ ଏହାର କିଛି ଅସୁବିଧା ହୋଇନଥାଏ ।ଦୃତଗତିରେ ଗଛ ଉପରେ ଚଢି ପାରେ ଓ ଓଲ୍ହାଇବିପାରେ । ଏହି ସରୀସୃପ ଜାତୀୟ ପ୍ରାଣୀ ଅଷ୍ଟ୍ରେଲିଆ ଓ ଆଣ୍ଟର୍କଟିକା ମହାଦେଶରେ ଦେଖା ଯାଆନ୍ତି ନାହିଁ। କିନ୍ତୁ ଶ୍ରୀଲଙ୍କା ଓ ଭାରତରେ ଏହି ଗୁଣ୍ଡୁଚି ମୂଷାଙ୍କୁ ଦେଖିବାକୁ ମିଳିଥାଏ। ଆମ ରାଜ୍ୟରେ ବଡ ବଡ ଗଛ ଯଥା ଆମ୍ବ ଗଛ,ବରଗଛ, ଓସ୍ତ,ତାଳଗଛ ସହିତ ଘରର ବାଡିବଗିଚାରେ ଏହି ଗୁଣ୍ଡୁଚି ମୂଷା ମାନେ ଦେଖା ଯାଇଥାନ୍ତି। କିନ୍ତୁ ଆମ ଓଡ଼ିଶାରେ ୧୯୯୯ ମସିହା ମହାବାତ୍ୟାଠାରୁ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଳବାୟୁର ବ୍ୟାପକ ପରିବର୍ତ୍ତନ କାରଣରୁ ଏହି ଗୁଣ୍ଡୁଚି ମୂଷା ବଂଶ ବହୁ ମାତ୍ରାରେ କମିବାରେ ଲାଗିଛି।ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ତ୍ ଓ ବୁଦ୍ଧିଜୀବୀ ମାନେ। ଏହି ଗୁଣ୍ଡୂଚି ମୂଷାର ସ୍ୱଭାବ ସର୍ବଦା ଚଳ ଚଞ୍ଚଳ ହୋଇଥିଲା ବେଳେ ଦେଖି ବାକୁ ଭାରି ସୁନ୍ଦର। ଏହି ଗୁଣ୍ଡୁଚି ମୂଷା କୋଡିଏ ଫୁଟ ପର୍ଯ୍ୟନ୍ତ ଡେଇଁ ପାରିଥାଏ । ଏହି ଗୁଣ୍ଡୁଚି ମୂଷା ରାମାୟଣ ଗ୍ରନ୍ଥ ସହିତ ସମ୍ପୃକ୍ତ ଯାହାକି ସମସ୍ତଙ୍କୁ ଅଳ୍ପ ବହୁତ ଜଣା। ଆଗକୁ ଏମାନେ ଦେଖାଯିବ କି ନାହିଁ ତାକୁନେଇ ବଢିଚି ଆଶଙ୍କା । ଏମାନଙ୍କର ସୁରକ୍ଷା ପାଇଁ ଅଧିକ ଗବେଷଣା ସହ ସୁରକ୍ଷା ଦିଗରେ ଅଧିକ ପଦକ୍ଷେପ ନିଆଯିବ ବୋଲି ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଲୁପ୍ତ ହେବାକୁ ଯାଉଥିବା ଗୁଣ୍ଡୁଚି ମୂଷାର ସୁରକ୍ଷା ଦିଗରେ ପଦକ୍ଷେପ ନେବା ଜରୁରୀ ନହେଲେ ଆଗାମୀ ପିଢି ଏମାନଙ୍କୁ ଇଣ୍ଟରନେଟରେ ଖୋଜିବେ ନଚେତ୍ ରାମାୟଣର ସେହି ଗୁଣ୍ଡୁଚି ମୂଷାର ଉପାଖ୍ୟାନ କହାଣୀ ପଢି ବା ସୁଣି ମନକୁ ବୁଝାଇବେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment