ମାଲକାନଗିରି,୦୯/୦୫(ପିପିଟି): ଗତ ୮ ତାରିଖ ରବିବାର ଦିନ ମାଥିଲି ଠାରେ ରାଜ୍ଯସ୍ତରୀୟ ସାହିତ୍ଯିକ କବି କଳାକାର ସମ୍ମାବେଶ,ଜାତୀୟ କବି ଲେଖକ ସଂଗଠନ,ଭଦ୍ରକ ତଥା ଲକ୍ଷ୍ମଣ ନାୟକ ସାହିତ୍ଯ ସଂସଦ, ମାଲକାନଗିରିଙ୍କ ମିଳିତ ଉଦ୍ଯମରେ ଆୟୋଜିତ କବି ସମ୍ମିଳନୀରେ “ଲକ୍ଷ୍ମଣ ନାୟକ ସାରସ୍ବତ ସମ୍ମାନ-୨୦୨୨” ବିଶିଷ୍ଟ କବି କେଶବ ଚନ୍ଦ୍ର ନାୟକଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରା ଯାଇଛି । ମାଲକାନଗିରି ଭଳି ଏକ ଅନୁନ୍ନତ ଜିଲ୍ଲାରେ ଉତ୍କଳ ସାହିତ୍ଯ ସଂସଦ ଗଠନ କରି ଓଡିଆ ଭାଷାର ପ୍ରଚାର ପ୍ରସାର କରିବା ଯୋଗୁଁ କଟକ ମଧୁମାଟି ସାହିତ୍ଯ ଅନୁଷ୍ଠାନ ତରଫରୁ କବି କେଶବ ଚନ୍ଦ୍ର ନାୟକଙ୍କୁ “ମଧୁଶ୍ରୀ” ସମ୍ମାନରେ ଗତ ମାର୍ଚ୍ଚ ୨୭ ତାରିଖ ୨୦୨୨ ରେ ସମ୍ମାନିତ କରାଯାଇଥିଲା ।ମାଲକାନଗିରି ଜିଲ୍ଲାର ଗୌରବ ତଥା ଓଡିଆ ସାହିତ୍ଯର ଅନ୍ଯତମ ବିନ୍ଧାଣୀ କବି କେଶବ ଚନ୍ଦ୍ର ନାୟକଙ୍କୁ ଗାନ୍ଧି ଜୟନ୍ତୀ ପରିପ୍ରକ୍ଷୀରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ପାଣିକୋଇଲି “ମୋ କବିତା ସାହିତ୍ଯ ମହା ମଞ୍ଚ” ତରଫରୁ “ପ୍ରତିଭା ସମ୍ମାନ-୨୦୨୧”ରେ ସମ୍ମାନିତ କରାଯାଇଛି । କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ଇତି ମଧ୍ଯରେ ପୁନା ଚୁକ୍ତି, ମାଲକାନଗିରି ବଡ ଯାତ୍ରା,ବୁଦ୍ଧ ଶିକ୍ଷା କ’ଣ ପାଇଁ, ଜୀବନ ନାଟକ(କବିତା ସଂକଳନ) ଏବଂ ମଣାଣି (କବିତା ସଂକଳନ) ଆଦି ପୁସ୍ତକ ପ୍ରକାଶ ପାଇଁ ଓଡିଆ ପାଠକ ମହଲରେ ଜନପ୍ରିୟ ଲାଭ କରିଛି ।ସେ ଜଣେ ଏକାଧାରରେ ଜଣେ କବି,ଗାଳ୍ପିକ,ନାଟ୍ଯକାର,ଔପନ୍ଯାସିକ,ପ୍ରାବନ୍ଧିକ,ଶକ୍ତି ପତ୍ରିକାର ସଂପାଦକ,ସୁବକ୍ତା,ସିସଂଗଠକ,ସମାଜସେବୀ ,ଏକ ଘରୋଇ ମହାବିଦ୍ଯାଳୟର ଓଡିଆ ଅଧ୍ଯାପକ ଏବ. ସର୍ବୋପରି ଜଣେ ଦକ୍ଷ ବରିଷ୍ଠ ସାମ୍ବାଦିକ ଅଟନ୍ତି । ପ୍ରତି ଦିନ ଓଡିଶାର ଦୈନିକ ସମ୍ବାଦ ପତ୍ର କିମ୍ବା ମାସିକ ସମ୍ଭ୍ରାନ୍ତ ସାହିତ୍ଯ ପତ୍ରିକାରେ ତାଙ୍କର କବିତା,ଗଳ୍ପ ଏବଂ ପ୍ରବନ୍ଧ ପ୍ରକାଶ ପାଇ ଆସୁଛି ।ବର୍ତ୍ତମାନ ଓଡିଆ ସାହିତ୍ଯ ଜଗତର ପାଠକ ମହଲରେ ଜଣେ ଚର୍ଚ୍ଚିତ ଚେହେରା । ଓଡିଶା ସରକାରଙ୍କ ଦ୍ବାରା ୨୬ ଜାନୁୟାରୀ ୨୦୨୦ରେ “ଉତ୍ତମ ସାମ୍ବାଦିକ” ଭାବେ ସମ୍ମାନିତ ହୋଇଥିବା ବେଳେ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ୨୦୧୨/୧୩ ମସିହାରେ “ପ୍ରକୃତି ବନ୍ଧୁ” ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ବ୍ଯତୀତ କବି କେଶବ ଚନ୍ଦ୍ର ନାୟକଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ” ଉତ୍କଳ ସାହିତ୍ଯ ସଂସଦ” ଦ୍ବାରା ପ୍ରତି ବର୍ଷ ବୃକ୍ଷ ରୋପଣ କରିବା ଫଳରେ ଓଡିଶା ରାଜ୍ଯ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା “ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରାଯାଇଥିଲା । ସାରସ୍ବତ ସମ୍ମାନ-୨୦୧୮ କବି ନାରାୟଣ ମୁଦୁଲି ଫାଉଣ୍ଡେସନ କଟକ ଜିଲ୍ଲା ଅନ୍ତର୍ଗତ କୋଠପଦାରୁ ତାଙ୍କ ବହୁ ଚର୍ଚ୍ଚିତ”ମଶାଣି” କବିତା ସଂକଳନ ପାଇଁ ରାଜ୍ଯ ସ୍ତରୀୟ ସମ୍ମାନରେ ପୁରସ୍କୃତ କରାଯାଇଥିଲା ।ଉଦୟ ଭାନୁ ସାହିତ୍ଯ ଅନୁଷ୍ଠାନ ତରଫରୁ କବି କେଶବ ଚନ୍ଦ୍ର ନାୟକଙ୍କୁ “ମାଳତୀ” ଗଳ୍ପ ପାଇଁଶ୍ରେଷ୍ଠ ଗାଳ୍ପିକ ସମ୍ମାନରେ ଗତ ତା:୯.୮.୨୦୨୦ରେ ସମ୍ମାନିତ କରାଯାଇଥିଲା । ସେ ସାହିତ୍ଯ ସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସାରସ୍ବତ କାର୍ଯ୍ଯ ପାଇଁ ବହୁ ବାର ବହୁ ସାହିତ୍ଯ ଅନୁଷ୍ଠାନରୁ ପୁରସ୍କାର ଲାଭ କରିଛନ୍ତି । ଜଗନ୍ନାଥ ସଂସ୍କୃତିର ସୁବକ୍ତା ଭାବରେ ମାଲକାନଗିରି ଦେବୋତ୍ତର ବିଭାଗ ଦ୍ବାର ୨୦୧୯ରେ ସମ୍ମାନିତ ହୋଇଥିଲେ ।ଉତ୍କଳ ସାହିତ୍ଯ ସଂସଦ ଗଠନ କରି ଶ୍ରୀ ନାୟକ ମାଲକାନଗିରି ଭଳି ଏକ ପଛୁଆ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦୀର୍ଘ ୩୦ ବର୍ଷ ହେଲା ଓଡିଆ ଭାଷା ସାହିତ୍ଯକୁ ଲୋକାଭିମୁଖୀ କରିବାରେ ସେ ଉଦ୍ଯମ ରତ । ଆଜି ଶ୍ରୀ ନାୟକଙ୍କୁ ଲକ୍ଷ୍ମଣ ନାୟକ ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ସେ ଜାତୀୟ ଲେଖକ କବି ସଂଗଠନ ଭଦ୍ରକ ତଥା ଲକ୍ଷଣ ନାୟକ ସାହିତ୍ଯ ସଂସଦ ମାଲକାନଗିରିର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତୁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)