କବିସୂର୍ଯ୍ୟନଗର ମିଡ଼ିଆ ହାଉସ ଆନୁକୂଲ୍ୟରେ ଜାତୀୟ ସାମ୍ବାଦିକ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ -୨୦୨୪ ।

କବିସୂର୍ଯ୍ୟନଗର,୧୬/୧୧(ପିପିଟି): ସ୍ଥାନୀୟ କନକ ମଞ୍ଜରୀ ପାଠାଗାର ସଭା ଗୃହ ଠାରେ ସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଗଣେଶ ଡାକୁଆ ପ୍ରାରମ୍ଭ ଅଭିଭାଷଣ ପ୍ରଦାନ କରିଥିବା ବେଳେ, ସାମ୍ବାଦିକ ବିବେକାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ ସହ “ବଦଳୁଥିବା ମିଡ଼ିଆର କାୟାକଳ୍ପ ଓ ବିଶ୍ୱନୀୟତା ଉପରେ ମତବ୍ୟକ୍ତ କରିଥିଲେ ।

ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଅନିଲ ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷା ଏସ୍.ଲକ୍ଷ୍ମୀ, ଯୁବ ନେତା ତଥା ସମାଜସେବୀ ପ୍ରମୋଦ ପଣ୍ଡା, କବିସୂର୍ଯ୍ୟନଗର କଲେଜ ଅଧ୍ୟକ୍ଷ କେ. ପୁରୁଷୋତ୍ତମ, ସାମ୍ବାଦିକ ସୁଜିତ ପଣ୍ଡା, ବିପିନ ବିହାରୀ ଶତପଥୀ, ଅମୁଲ୍ୟ ଦାଶ, ପ୍ରମୁଖ ଯୋଗ ଦେଇ “ବଦଳୁଥିବା ମିଡ଼ିଆର କାୟାକଳ୍ପ ଓ ବିଶ୍ୱନୀୟତା ଶୀର୍ଷକ ଆଲୋଚନା ଚକ୍ରରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଶେଷରେ କିଛି ସାମ୍ବାଦିକ ଓ ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ ଶ୍ରେଷ୍ଠ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କ ମଧ୍ୟରେ ସାମ୍ବାଦିକ ସୁଜିତ ପଣ୍ଡା,ସାମ୍ବାଦିକ ଅନିଲ ପାଣିଗ୍ରାହୀ, ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ, ସରପଞ୍ଚ ଛବିରାଣୀ ତ୍ରିପାଠୀ, କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷା ଏସ୍. ଲକ୍ଷ୍ମୀ, ସମାଜସେବୀ ତଥା ସିଆରସିସି ରମେଶ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି ।
କାର୍ଯ୍ୟକ୍ରମକୁ ସାମ୍ବାଦିକ ପୀତବାସ ଦାସ, ସରୋଜ କୁମାର ମିଶ୍ର, ବିବେକାନନ୍ଦ ସାହୁ,କୃଷ୍ଣ ଚନ୍ଦ୍ର ନାହାକ, ଆଲୋକ ଦାଶ, ସନ୍ତୋଷ ସ୍ୱାଇଁ, ପରିଚାଳନା କରିଥିବା ବେଳେ ସାମ୍ବାଦିକ ଖିରୋଦ ବେହରା,ଅନନ୍ତ ଦାଶ,ଭଗବାନ ପାଢ଼ୀ,ବାଲ୍ମୀକି ବିଶୋଇ,ରାଜେନ୍ଦ୍ର ପ୍ରସାଦ ମହାରଣା,ରତ୍ନାକର ସିଅଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ସାମ୍ବାଦିକ ବନ୍ଧୁ, ନିର୍ବାଚିତ ପ୍ରତିନିଧି,ସରପଞ୍ଚ, ସମିତି ସଭ୍ୟ,ଆଇନଜୀବୀ, ଶିକ୍ଷକ, ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)

Comments (0)
Add Comment