କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ।

କବିସୂର୍ଯ୍ୟନଗର,୩୧/୦୮(ପିପିଟି):କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟଅର୍ପଣ କରି ଅଧ୍ଯକ୍ଷା ଏସ୍ ଲକ୍ଷ୍ମୀ ସେଠୀ ପତକା ଉତ୍ତଳନ କରିଥିଲେ। ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ଏହି ଅବସରରେ ମନୋରଞ୍ଜନ ମହାପାତ୍ର ତାଙ୍କ ବକ୍ତବ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ କବିସୂର୍ଯ୍ୟ ନଗର ଜନସାଧାରଣଙ୍କ ଉନ୍ନତି, ବିକାଶ ତଥା ସର୍ବୋପରି ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସାମିଲ ହୋଇ ଆସୁଥିବାର କାର୍ଯ୍ୟକ୍ରମ ସହିତ ସହର ବାସୀଙ୍କ ସହଯୋଗ ଓ ସହାନୁଭୂତି ପରିଷଦ ସହିତ ଯୋଡ଼ିହୋଇ ଏକ ଭାଇଚାରା ସୃଷ୍ଟି କରିବା ପାଇଁ କହିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ପରିଚୟ ପ୍ରଦାନ କରି,ସମସ୍ତେ ମିଳିମିଶି ବିଜ୍ଞାପିତ ଅଞ୍ଚଳ ପରିଷଦ କବିସୂର୍ଯ୍ୟ ନଗରକୁ ସରସ, ସୁନ୍ଦର ଓ ବିକଶିତ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ କବିସୂର୍ଯ୍ୟ ନଗରର ସମସ୍ତ ଜନସାଧାରଣଙ୍କୁ ଶୁଭେଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସ୍ବାସ୍ଥ୍ୟ, ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରି ଗଢିତୋଳିବା ପାଇଁ କହିଥିଲେ। ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ସମସ୍ତ କର୍ମଚାରୀ,ୱାର୍ଡ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ। ଶେଷରେ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)

Comments (0)
Add Comment