କୋଦଳା,୦୧/୦୯(ପିପିଟି):କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁର ଝୋଳି ଗ୍ରାମରେ ଗତ ୨୦୨୨ମସିହା ଅକ୍ଟୋବର ମାସ ୨୬ ତାରିଖରେ ଗୁଣି ଗାରେଡି ସନ୍ଦେହ ରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋଦଳା ଅତିରିକ୍ତ ଜିଲ୍ଲା ଦୌରା ଜଜ ବିଶ୍ୱ ରଞ୍ଜନ ବେହେରା ୪୫ ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସୂଚନା ପ୍ରକାରେ ଉକ୍ତ ଦିନ ମଧୁର ଝୋଳି ଗ୍ରାମରେ ଗୁଣି ଗାରେଡି ସନ୍ଦେହ କରି ଝୁନୁ ନାହାକ ନାମକ ଜଣେ ମହିଳାଙ୍କୁ କିଛି ଲୋକ ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ଝୁନୁଙ୍କ ସ୍ୱାମୀ ଯୁଧିଷ୍ଠିର କବିସୂର୍ଯ୍ୟନଗର ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ୪୯ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିବା ପରେ ଜଣେ ଫେରାର ଥିଲେ। ଆଉ ସମସ୍ତେ ଜେଲରେ ଥିଲେ। ସେଥି ମଧ୍ୟରୁ ଜଣେ ଜାମିନ ରେ ଥିବା ଆଜି ୪୫ ଜଣ ନିର୍ଦୋଷରେ ମୁକ୍ତି ପାଇଛନ୍ତି। ଅନ୍ୟ ୩ ଜଣ କାରାଗାରରେ ଅଛନ୍ତି। ଏହି ମାମଲାକୁ ଆଇନଜୀବି ଅଶୋକ କୁମାର ମହାରଣା, ଅଶୋକ ହୋତା ଓ ଭଗବାନ ହୋତା ପରିଚାଳନା କରୁଥିଲେ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ