କବିସୂର୍ଯ୍ୟନଗର ଠାରେ ଗ୍ରାମୀଣ ଭାରତ ବନ୍ଦ ଡାକରା ରେ ରାସ୍ତା ରୋକ।

କବିସୂର୍ଯ୍ୟନଗର,୧୬/୦୨(ପିପିଟି):କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ନୀତି ବିରୋଧରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଦିନ ଗ୍ରାମୀଣ ଭାରତ ବନ୍ଦ ଡାକରା ଦେଇଛନ୍ତି। ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ,ଡଃ ସ୍ବାମୀନାଥନ କମିସନ ସୁପାରିସ ଅନୁଯାଇ ଫସଲର ଲାଭଜନକ ସର୍ବନିମ୍ନ ସହାୟକ ମୂଲ୍ଯ ଘୋଷଣା, ଚାଷୀଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ, ରିଆତି ଦରରେ ସାର ଓ ଜଳ ସେଚନ,ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, ଠିକା ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି,ସମସ୍ତ ଖାଲି ପଡିଥିବା ପଦବୀ ପୂରଣ,ସମସ୍ତଙ୍କ ପାଇଁ ପୁରୁଣା ପେନସନ ବ୍ଯବସ୍ଥା ଲାଗୁ, ଦୈନିକ ମଜୁରି ୬୦୦ ଟଙ୍କା ପ୍ରମୁଖ ଦାବିରେ କବିସୂର୍ଯ୍ୟନଗର ଠାରେ ସିପିଆଇ, ଫରୱାର୍ଡ ବ୍ଲକ ଓ ଏଆଇଟିୟୁସି ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଛି। ସିପିଆଇ ପକ୍ଷରୁ ଜୋନାଲ କମିଟି ସମ୍ପାଦକ ପ୍ରବୀଣ କୁମାର ଦାସ, ମଜିତ୍ ଖାନ୍,କବି ଗୌଡ,କୁନା ବେହେରା,ରଜନି ନାହାକ,ଫରୱାର୍ଡ ବ୍ଲକ ପକ୍ଷରୁ ଗଞ୍ଜାମ ଜିଲ୍ଲା କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ, ଯୋଗେନ୍ଦ୍ର ସ୍ବାଇଁ,ଅଜୟ କୁମାର ପଣ୍ଡା,ଏଆଇଟିୟୁସି ପକ୍ଷରୁ ଅଙ୍ଗନୱାଡି କର୍ମୀ ସଙ୍ଘ ସଭାନେତ୍ରୀ ଲକ୍ଷ୍ମୀ ପ୍ରଧାନ, ସମ୍ପାଦିକା ରୀତା ଦାସ, ପାଚିକା ସଙ୍ଘ ସମ୍ପାଦିକା ସନ୍ଧ୍ୟା ପୋଲେଇ ପ୍ରମୁଖ ନେତୃତ୍ବ ନେଇଥିଲେ। ଆଇନଶୃଙ୍ଖଳାକୁ ନଜରରେ ରଖି ପୁଲିସ ମୁତୟନ ଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ।)

Comments (0)
Add Comment