କବିସୂର୍ଯ୍ଯ ନଗର ଲୁଗା ଦୋକାନ ଲୁଟ୍ ଘଟଣାରେ ୫ଜଣ ଗିରଫ ।

କବିସୂର୍ଯ୍ଯ ନଗର ଲୁଗା ଦୋକାନ ଲୁଟ୍ ଘଟଣାରେ ୫ଜଣ ଗିରଫ ।

କବିସୂର୍ଯ୍ଯ ନଗର,୧୪/୧୦(ପିପିଟି); କବିସୂର୍ଯ୍ଯ ନଗର ଠାରେ ସେପ୍ଟେମ୍ବର ୨୦ ତାରିଖ ଦିନ ଭେଙ୍କେଟେଶ୍ବର ସାହି ସ୍ଥିତ ଆଲାଡୁ ଲୁଗା ଦୋକାନରେ ମାରଣାସ୍ତ୍ର ଦେଖାଇ ଲୁଟ୍ ହୋଥିଲା । ଏହି ଘଟଣା କବିସୂର୍ଯ୍ଯ ନଗର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଲୁଟ୍ ଘଟଣା ସଂପର୍କରେ କବିସୂର୍ଯ୍ଯ ନଗର ଥାନାରେ ଲୁଗା ବ୍ଯବସାୟୀ ଏ.ନାଗେଶ୍ବର ପାତ୍ର ସେପ୍ଟେମ୍ବର ୨୧ ତାରିଖରେ ଏତଲା ଦେଇଥିଲେ । ଖଣ୍ଡା ଦେଖାଇ ୧.୫୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଥାନା କେଶ ନମ୍ବର ୨୬୧/୨୦୨୦ ଅନୁଯାୟୀ ୩୯୪ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ଗୁରୁତ୍ୱ ଦେଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ପୁରୁଷୋତ୍ତମପୁର ଏସଡିପିଓ ନେତୃତ୍ବରେ ଏକ ପୁଲିସ ଟିମ ଗଠନ କରାଯାଇ ତଦନ୍ତ ଓ ଚଢାଉ ଆରମ୍ଭ କରାଯାଇଥିଲା । ଶେଷରେ ଲୁଟ୍ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଦୁଇଟି ଖଣ୍ଡା ,୪ଟି ମୋବାଇଲ୍,୩୨ହଜାର ଟଙ୍କା ଏବଂ ୪ଟି ମୋଟରସାଇକେଲ ଜବତ କରାଯାଇଛି । ଗିରଫ ଯୁବକ ମାନେ ହେଲେ ଗେଣ୍ଡୁ ଓରଫ ପପୁ ନାୟକ(୨୪),ହରିଜନ ସାହି, କବିସୂର୍ଯ୍ଯ ନଗର,ସୁମନ ନାୟକ(୨୨),ହରିଜନ ସାହି, କବିସୂର୍ଯ୍ଯ ନଗର,ନାର୍ସୁ ଓରଫ ଏ. ନାଗେଶ୍ବର ଆଚାରୀ(୨୬),କୁମୁଟି ସାହି,କବିସୂର୍ଯ୍ଯ ନଗର/ଲୋଚାପଡା, ଆନନ୍ଦ ନଗର, ବ୍ରହ୍ମପୁର,କାହ୍ନୁ ଚରଣ ପଟ୍ଟନାୟକ(୩୨),କୁମ୍ଭାର ସାହି, ଆସ୍କା,କେ.ରାଜେଶ ଆଚାରୀ (୨୩), ଜଟେଶ୍ବର ସାହି,କବିସୂର୍ଯ୍ଯ ନଗର ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଏହି ଲୁଟ୍ ତାରଜ ଘଟଣା ସଂପର୍କରେ କବିସୂର୍ଯ୍ଯ ନଗର ଥାନାରେ ସାମ୍ବାଦିକ ମାନଙ୍କୁ ଏସଡିପିଓ ସୀମା ସ୍ବାଇଁ ଓ ଆଇଆଇସି ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି ।

(ରିପୋର୍ଟ- ଉମା ଚରଣ ପଟ୍ଟନାୟକ। )

Comments (0)
Add Comment