କବିସୂର୍ଯ୍ଯ ନଗର ଏନ୍ଏସି ନିର୍ବାଚନରେ ୬ ଅଧ୍ୟକ୍ଷ ଓ ୪୬ ୱାର୍ଡ ସଭ୍ଯ।

କବିସୂର୍ଯ୍ଯ ନଗର, ୦୯/୦୩(ପିପିଟି): କବିସୂର୍ଯ୍ୟନଗର ଏନ୍ଏସି ନିର୍ବାଚନରେ ୬ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୪୬ ଜଣ ୱାର୍ଡ ସଭ୍ଯ ପାଇଁ ପ୍ରାର୍ଥୀ ହୋଇଥିବା ଜଣାପଡିଛି। ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ବିଜେପିର କଳ୍ପନା ମାଝୀ,ବିଜେଡି ପକ୍ଷରୁ ଏସ.ଲକ୍ଷ୍ମୀ ସେଠୀ, କଂଗ୍ରେସ ପକ୍ଷରୁ ପୂଜାରାଣୀ ବେହେରା, ସିପିଆଇ ପକ୍ଷରୁ ବଳରାମ ସେଠୀ, ସ୍ବାଧୀନ ଭାବରେ କାଳୁ ଚରଣ ବେହେରା ଓ ଅର୍ଜୁନ ମାଝୀ ପ୍ରାର୍ଥୀ ହୋଇଛନ୍ତି। କବିସୂର୍ଯ୍ୟ ନଗର ଏନ୍ଏସିର ୧୮ ୱାର୍ଡ ପାଇଁ ୪୬ ଜଣ ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ୧୮ ୱାର୍ଡ ସଭ୍ଯ, ବିଜେପି ପକ୍ଷରୁ ୧୭ ୱାର୍ଡ ସଭ୍ଯ, କଂଗ୍ରେସ ପକ୍ଷରୁ ୦୭ ୱାର୍ଡ ସଭ୍ଯ ଓ ସ୍ବାଧୀନ ଭାବରେ ୦୪ ଜଣ ୱାର୍ଡ ସଭ୍ଯ ରହିଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ଯାହାର ପରେ ପ୍ରତିଦ୍ବନ୍ଦିଙ୍କ ସଂଖ୍ଯା ଜଣାପଡିବ। କବିସୂର୍ଯ୍ୟନଗର ମତଦାନ ପାଇଁ ୧୯ଟି ବୁଥ କରାଯାଇଛି। ସହରର ଭୋଟ ସଂଖ୍ଯା ହେଉଛି ୧୫୩୩୩, ସେଥି ମଧ୍ଯରୁ ପୁରୁଷ ଭୋଟର ୭୯୬୯,ମହିଳା ଭୋଟର ୭୩୬୩ ଓ ଅନ୍ଯ ୧ ଜଣ ରହିଥିବା ଜଣାପଡିଛି।

(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ। )

Comments (0)
Add Comment