କବିସୂର୍ଯ୍ଯନଗର ଠାରେ “ଜୀବନ ବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କବିସୂର୍ଯ୍ଯ ନଗର,୧୮/୧୧(ପିପିଟି); ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ନିତ୍ଯାନନ୍ଦ ପ୍ରଧାନଙ୍କ ଜନ୍ମ ଦିବସରେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡ଼ିଆଳି ଶୁଭମ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ମୋ ପରିବାର ତରଫରୁ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି। ଆସ୍କ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା କବିସୂର୍ଯ୍ୟନଗର ଲତିକା ପ୍ରଧାନ,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲେଇ ଏବଂ ଜୀବନ ବିନ୍ଦୁ ଗଞ୍ଜାମ ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ପୂର୍ବତନ ବିଡିଏ ଅଧ୍ଯକ୍ଷ କୈଳାଶ ରଣା,ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମଣ ଚୌଧୁରୀ,ବ୍ଲକ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ,ଏନ୍ଏସି ପୂର୍ବତନ ଅଧ୍ଯକ୍ଷ ମନୋରଞ୍ଜନ ମହାପାତ୍ର,ନଗର ବିଜେଡି ସଭାପତି ଭଗବାନ ସ୍ବାଇଁ,ପୂର୍ବତନ ୱାର୍ଡ ମେମ୍ବର ରସଲ ଦାସ ଓ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୨୪୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Comments (0)
Add Comment