କନ୍ୟାରିବାଡି ରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ।

କୋଦଳା,୨୫/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇ ଥିବା ନେଇ ବେଗୁନିଆପଡା ଥାନାରେ ଅଭିଯୋଗ ହୋଇଛି । ଏତଲା ପ୍ରକାରେ ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଶଳା ପୁରୁଷୋତ୍ତମପୁର ଥାନା ବାଘଳା ଗ୍ରାମର ବାବୁ ସାହୁ ୯ ମାସ ହେଲା କୃଷ୍ଣଙ୍କ ଘରେ ରହି ଦୋକାନ କରିବା ସହ ଅଟୋ ଚଲାଉ ଥିଲା । ସୋମବାର ରାତି ୧୦ ଘଣ୍ଟ ସମୟରେ ବାବୁ ଗ୍ରାମ ନିକଟସ୍ଥ ନଦୀରେ ଗାଧୋଇ ଫେରୁଥିଲା । କୃଷ୍ଣଙ୍କ ଘର ନିକଟରେ ଏହି ଗ୍ରାମର ସନ୍ତୋଷ ସାହୁ ଏବଂ ତାଙ୍କ ପୁଅ ରାଜେଶ ସାହୁ ଓ ରବି ସାହୁ ହଠାତ ଖଣ୍ଡା ଓ ଲୁହା ରଡ଼ ରେ ଆକ୍ରମଣ କରିଥିଲେ । ପାଟି ଶୁଣି କୃଷ୍ଣ ସେଠାରେ ପହଞ୍ଚି ଥିଲେ । କୃଷ୍ଣକୁ ମଧ୍ୟ ଠେଲାପେଲା କରି ଜୀବନରେ ମାରିଦେବାକୁ ଧମକ ଦେଇ ପଳାଇ ଥିଲେ । ପରେ ବାବୁକୁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ,ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଲ୍ଲିକୋଟ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମଙ୍ଗଳବାର ଅପରାହ୍ନ ୨.୩୦ ମିନିଟ ସମୟରେ କୃଷ୍ଣ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଉକ୍ତ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରିରହିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment