କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କ ବଦଳି ଦାବି କରି ରାଜ ରାସ୍ତାକୁ ଓହ୍ଲାଇଲା ଗ୍ରାମାଞ୍ଚଳ ସୁରକ୍ଷା ସମିତି ।

ଫୁଲବାଣୀ,୦୮/୦୯(ପିପିଟି); ଜିଲ୍ଲାପାଳ ଡ଼.ବୃନ୍ଦା ଡି ଙ୍କ ମନମୁଖୀ ଓ ଦୁର୍ନୀତି ଖୋର କାର୍ଯ୍ୟକୁ ବିରୋଧ କରି ସୋମବାର ଦିନ ଏହି ସଂଗଠନ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଫୁଲବାଣୀ ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ସାଧାରଣ ଜିଲ୍ଲାବାସୀ ଓ ଲୋକପ୍ରତିନିଧିଙ୍କ ପ୍ରତି ଖରାପ ବ୍ୟବହାର କରି ବିଭିନ୍ନ ଯୋଜନା ଅର୍ଥକୁ ଏହିଭଳିକି କୋଭିଡ-୧୯ ଅନୁଦାନକୁ ମଧ୍ୟ ଜିଲ୍ଲାପାଳ ହଡପ କରୁଥିବା ଅଭିଯୋଗ କରିଛି ସମିତି । ଜିଲ୍ଲାର କିଛି ପ୍ରଶାସନିକ ଅଧିକାରୀ ଓ କିଛି କର୍ମଚାରୀଙ୍କୁ ହାତବାର୍ଷି କରି ଜିଲ୍ଲାକୁ ଲୁଟୁଥିବା ଅଭିଯୋଗ କରିଛି ସମିତି । ଏକାଧିକବାର ବଦଳି ହୋଇଥିଲେ ମଧ୍ୟ ବଦଳିକୁ ବାତିଲ କରାଇ ୪ ବର୍ଷ ହେବ ଜିଲ୍ଲାରେ ରହି ଜିଲ୍ଲାର ବିକାଶରେ ବାଧା ସୃଷ୍ଟି କରୁଛନ୍ତି । ତାଙ୍କର ହାତବାର୍ଷି ସାଜିଥିବା ନିର୍ଦ୍ଦିଷ୍ଟ ଅଧିକାରୀ ଓ କର୍ମଚାରୀଙ୍କ ନିଜର ଲାଭଖୋର ମନବୃତି ରଖି ସେହିମାନଙ୍କ ବଦଳି ଓ ପଦୋନ୍ନତିକୁ ବାତିଲ କରାଇ ସରକାରୀ ଯୋଜନାକୁ ଲୁଟ ଚଳାଇଛନ୍ତି । ଫଳରେ ଜିଲ୍ଲାର ବିକାଶରେ ବାଧା ସୃଷ୍ଟି ହେଉଛି । ଜିଲ୍ଲାବାସୀ ଏହିଭଳିକି ଅରାଜକତାରେ ଅତୀଷ୍ଟ ହୋଇପଡିଥିବା ଦାବି କରିଛି ସମିତି । ତୁରନ୍ତ ଜିଲ୍ଲାପାଳଙ୍କ ବଦଳି ଦାବି କରିଛି ସଙ୍ଗଠନ । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Comments (0)
Add Comment