କନ୍ଧମାଳ,୧୪/୦୯(ପିପିଟି): କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁ ଓ ସଦର ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଏ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କନ୍ଧମାଳ ଜିଲ୍ଲାର ସଦର ଏସ୍ଡ଼ିପିଓ ଭାବେ ନିଷ୍ଠା, ଆନ୍ତରିକତା ଓ ଦକ୍ଷତାର ସହ ଦିନ ରାତି ଏକ କରି ନିରବିଛିନ ଭାବେ ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁଙ୍କ କେନ୍ଦୁଝର ସଦର ଏସ୍ଡ଼ିପିଓ ଭାବେ ବଦଳି ହୋଇଛି । ସେହିପରି ମୁର୍ମୁ କରୋନା ମହାମାରି ସମୟରେ ବି ଲୋକଙ୍କୁ ସଚେତନ କରିବା ସହ କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ । ସେହିପରି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମଧ୍ୟ ବାଲିଗୁଡା ଥାନା ଅଧିକାରୀ ଭାବେ ରହି କରୋନା ସଚେତନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିଥିଲେ । ପରେ କିଛି ମାସ ସଦର ଥାନାଧିକାରୀ ଭାବେ ସୁଚାରୁରୂପେ ଦାଇତ୍ୱ ସମ୍ପନ କରିଥିଲେ । ପ୍ରଶାନ୍ତ ମଧ୍ୟ ପଦୋନ୍ନତି ପାଇ ଆନନ୍ଦପୁର ଏସଡିପିଓ ଭାବେ ବଦଳି ହୋଇଛନ୍ତି । ସେହିପରି କଟକ ଗ୍ରାମାଞ୍ଚଳ ଏସଡ଼ିପିଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସୁପ୍ରଶନ ମଲିକ ଫୁଲବାଣୀ ଏସଡିପିଓ ଭାବେ ମହେନ୍ଦ୍ର ନାଥ ମୁର୍ମୁଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଏସଡ଼ିପିଓ ମଲିକ ଙ୍କୁ ଫୁଲବାଣୀ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି, ଫିରିଙ୍ଗିଆ ଥାନାଧିକାରୀ ଏସ. ଶ୍ୟାମ ସୁନ୍ଦର ରାଓ, ଖଜୁରୀପଡା ଥାନା ଅଧିକାରୀ ଗେଲିକୁମାରୀ ସାହୁ, ସଦର ଥାନା ଅଧିକାରୀ ସମୀର ରାଉତ ଓ ଗୋଛାପଡା ଥାନା ଅଧିକାରୀ ରଣଜିତ କୁମାର ମୁନି ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ ସମ୍ଵର୍ଦ୍ଧନା ଜଣାଇବା ସହ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)